33.2 C
Bhubaneswar
Thursday, June 25, 2026
Homeଓଡିଶାଗୁଳିମାଡ଼ରେ ବ୍ୟବସାୟୀ ମୃତ

ଗୁଳିମାଡ଼ରେ ବ୍ୟବସାୟୀ ମୃତ

ବାଲେଶ୍ବର : ଗୁଳିମାଡ଼ରେ ବ୍ୟବସାୟୀ ମୃତ । ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଘଟିଥିଲା ଗୁଳିକାଣ୍ଡ ।ସୂଚନାଯୋଗ୍ୟ ଯେ,ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ଶେଖ୍ ହମିଦ୍ । ତାଙ୍କୁ ପ୍ରାୟ ୮ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳିମାଡ କରିଥିବା ଜଣାପଡିଛି । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking