37.8 C
Bhubaneswar
Wednesday, June 24, 2026
Homeଓଡିଶାଓଲଟିଲା କାଜୁ ବୋଝେଇ ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ଓଲଟିଲା କାଜୁ ବୋଝେଇ ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ଗଞ୍ଜାମ: ବିଳମ୍ବିତ ରାତିରେ ମୋହନାରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଭିମୁଖେ ଯାଉଥିବା କାଜୁ ବୋଝେଇ ଟ୍ରକ୍‌ଟି ଜରଉ ଘାଟିରେ ପହଞ୍ଚିବା ପରେ ହଠାତ୍ ଭାରସାମ୍ୟ ହରାଇ ପ୍ରାୟ ୧୦ ଫୁଟ ତଳକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍ପର ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଗୁରୁତର ଆହତ ତିନିଜଣଙ୍କୁ ଟ୍ରକ୍‌ ତଳୁ ବାହାର କରି ମୋହନା ମେଡିକାଲକୁ ପଠାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଦୁର୍ଘଟଣାରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିଭଳି ଏହି ଦୁର୍ଘଟଣା ଘଟିଲା, ତାହାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking