୭ ଦିନ ଭିତରେ ଦାବି ପୂରଣ ନହେଲେ ଜିଲ୍ଲାପାଳ ଅଫିସ ଘେରାଉ
ନୂଆପଡ଼ା ଜିଲ୍ଳାର କୋମନା ବ୍ଲକ ର ଜଡ଼ା ମୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି, ବାରମ୍ବାର ବିଜୁ ଜନତା ଦଳ ବିଭିନ୍ନ ଫୋରମରେ ଆମେ ଦାବି କରିଛୁ ପଞ୍ଜିକରଣଠୁ ଆରମ୍ଭ କରି ଟୋକନରେ ଅବ୍ୟବସ୍ଥା, ମଣ୍ଡିରେ ଧାନ ସଂଗ୍ରହ ପାଇଁ ଟାଳଟୁଳ ନୀତି, କଟନୀ ଛଟନୀ ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗ ଚରମ ବିଫଳତା ଫଳରେ ଓଡ଼ିଶାର ଚାଷୀକୁଳ ଆଜି ବଡ଼ଦାଣ୍ଡରେ, ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଇନପୁଟ ସବସିଡିର ସ୍ବପ୍ନ ଦେଖାଇଥିବା ଡବଲ ଇଞ୍ଜିନ ସରକାରଙ୍କ ଚରମ ବିଫଳତା ପାଇଁ ଆଜି କୋମନା ବ୍ଲକ ଜଡ଼ାମୁଣ୍ଡା ଗାଁର ଜଣେ ଚାଷୀ ନେପାଳ ମାଝୀ ଆତ୍ମହତ୍ୟା କରିଛନ୍ତି | ନେପାଳ ମାଝୀଙ୍କ ଆତ୍ମହତ୍ୟା ସରକାର ଓ ଚାଷୀକୁଳ ପ୍ରତି ଚରମ ବିଫଳତାର ନଗ୍ନ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବିଜୁ ଜନତା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଆଜି ଗଣମାଧ୍ୟମରେ ନିଜ ବିବୃତି ରଖିଛନ୍ତି | ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ତଥା ଓଡ଼ିଶା ବିଧାନସଭାର ଦଳର ଉପନେତା ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଏକ ଫାକ୍ଟ୍ ଫାଇଣ୍ଡିଙ୍ଗ ଟିମ ଗଠନ କରିଛନ୍ତି, ଏଥିରେ ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ପାଣିଗ୍ରାହୀ ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ନୂଆପଡ଼ା ଜିଲ୍ଳା ବିଜେଡି ସଭାପତି ଶ୍ରୀଯୁକ୍ତ ଅବନୀ ଯୋସୀଙ୍କୁ ଏହି କମିଟିର ସଦସ୍ୟ ଭାବରେ ନିଯୁକ୍ତି କରିଛନ୍ତି
ତୁରନ୍ତ କମିଟି କ୍ଷେତ୍ର ପରିଦର୍ଶନ କରିବା ସହ ମୃତକ ଚାଷୀ ସ୍ବର୍ଗତ ମାଝୀଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ଜିଲ୍ଳା ପ୍ରଶାସନ,ସମସ୍ତ ଚାଷୀ ସଂଗଠନ ସହ ଆଲୋଚନା କରିବେ,ତୁରନ୍ତ ସ୍ବର୍ଗତ ମାଝିଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ସହ ପରିବାରର ଜଣକୁ ସରକାରୀ ସ୍ତରରେ ନିଯୁକ୍ତି ଦେବାକୁ ଦାବି କରିଛି ବିଜେଡି ପଶ୍ଚିମ ଓଡ଼ିଶାର ସମସ୍ତ ମଣ୍ଡିରେ ପଡିରହିଥିବା ଧାନକୁ ସରକାର ତୁରନ୍ତ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସଂଗ୍ରହ କରିବା ସହ ନିର୍ଦ୍ଧାରିତ ଅବଧିର(ସରକାରୀ ଘୋଷଣା) ଅଧିକ ୧୫ ଦିନ ବୃଦ୍ଧି କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ସଞ୍ଜୟ ଦାସବର୍ମା ଅନୁଷ୍ଠାନିକ ଭାବେ ଦାବି କରିଛନ୍ତି | ସମସ୍ତ ଦାବି ୭ ଦିନ ଭିତରେ ସରକାର ପୂରଣ ନକଲେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରାଯିବା ସହିତ ପ୍ରଶାସନକୁ ଅଚଳ କରାଇ ଦିଆଯିବ ବୋଲି ଶ୍ରୀ ସଞ୍ଜୟ ଦାସବର୍ମା ଆଜି ଗଣମାଧ୍ୟମକୁ ବିବୃତି ଜାରି କରିଛନ୍ତି










