29.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଭାରତୀୟ ଷ୍ଟକ ବଜାରରେ ହ୍ରାସ: ସେନସେକ୍ସ ୮୯୩ ପଏଣ୍ଟ ଖସିଲା

ଭାରତୀୟ ଷ୍ଟକ ବଜାରରେ ହ୍ରାସ: ସେନସେକ୍ସ ୮୯୩ ପଏଣ୍ଟ ଖସିଲା

ମୁମ୍ବାଇ: ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାର ବଡ଼ଧରଣର ହ୍ରାସ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ୮୯୩ ପଏଣ୍ଟ ବା ୧.୧୬ ପ୍ରତିଶତ ହ୍ରାସ ଘଟି ୭୬,୨୦୦.୬୮ ପଏଣ୍ଟକୁଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍‌ଟି ୨୭୯ ପଏଣ୍ଟ ବା ୧.୧୬ ପ୍ରତିଶତ ହ୍ରାସ ଘଟି ୨୩,୮୨୪.୧୦ ପଏଣ୍ଟରେ ବନ୍ଦ ହୋଇଛି।ପ୍ରଫିଟ୍‌ ବୁକ୍‌ ପାଇଁ ନିବେଶକମାନେ ବହୁମାତ୍ରାରେ ସେୟାର ବିକ୍ରି କରିବା ଫଳରେ ପୁଞ୍ଜିବଜାର ନିମ୍ନମୁଖୀ ହୋଇଛି। ଏଥିପାଇଁ ଆଜି ଗୋଟିଏ ଦିନରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପାଖାପାଖି ୬ ଲକ୍ଷ ଟଙ୍କା କମିଯାଇଛି। ପୂର୍ବରୁ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାରପୁଞ୍ଜି ୪୮୦.୬ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ତାହା ୪୭୫ ଲକ୍ଷ କୋଟି ଟଙ୍କା ତଳକୁ ଚାଲିଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking