33.6 C
Bhubaneswar
Thursday, June 18, 2026
Homeଓଡିଶା୨୮ ବେଳକୁ ଲଘୁଚାପ ସମ୍ଭାବନା

୨୮ ବେଳକୁ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଅଧାରୁ ଅଧିକ ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଛୁଇଁଛି। ଦକ୍ଷିଣ-ପଶ୍ଚିମାଞ୍ଚଳର ଆଉ କିଛି ଜିଲାକୁ ଏହା ଅଗ୍ରସର ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ଦିନ ମଧ୍ୟରେ ଆଉ କିଛି ଅଞ୍ଚଳକୁ ମୌସୁମି ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି। ଉତ୍ତର-ଉପକୂଳ ଓଡ଼ିଶାର ଜିଲାଗୁଡ଼ିକୁ ମୌସୁମି ସ୍ପର୍ଶ କରିଥିଲେ ମଧ୍ୟ ବର୍ଷା ବିଶେଷ ନାହିଁ। ଅନ୍ୟପଟେ ଜୁନ୍ ୨୮ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ ଏବଂ ମୌସୁମି ନିଷ୍କ୍ରିୟରୁ ସକ୍ରିୟ ଅବସ୍ଥାକୁ ଆସିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି। ବୁଧବାର ବୌଦ୍ଧରେ ୪୨.୭ ଡିଗ୍ରୀ ସର୍ବାଧିକ ତାପମାତ୍ରା ଥିବାବେଳେ ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁରରେ ୪୧.୫, ହୀରାକୁଦରେ ୪୧.୪, ବଲାଙ୍ଗିରରେ ୪୦.୧, ଟିଟିଲାଗଡ଼ରେ ୪୦, ସୁବର୍ଣ୍ଣପୁରରେ ୪୦.୧, ଭୁବନେଶ୍ବରରେ ୩୮.୬ ଏବଂ କଟକରେ ୩୭.୬ ଡିଗ୍ରୀ ପାରଦ ରହିଥିଲା। ଆଗକୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking