ରାଇଘର: ନବରଙ୍ଗପୁରଜିଲ୍ଲା ରାଇଘର ସ୍ଥିତ ମାଁ ମାଉଳି ଢାବାରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଲିକ୍ ହେବା ଫଳରେ ହଠାତ୍ ନିଆଁ ଗିଯାଇଥିଲା। ଯାହା ଫଳରେ ଢ଼ାବା ମାଲିକ ପରିମଳ ସିଲଙ୍କ ଓ ଦୁଇ ଜଣ କର୍ମଚାରୀ ସୁବାସ ହରିଜନ ଓ ଜଗେଶ ହରିଜନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଓ ଢାବା କର୍ମଚାରୀମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣ ପଛରେ ଅନ୍ୟ କଣ କାରଣ ରହିଛି , ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।










