27.8 C
Bhubaneswar
Friday, June 12, 2026
Homeଓଡିଶାଜଗତସିଂହପୁର ମେଡିକାଲ କଲେଜ: ଜମି ଅଧିଗ୍ରହଣ ନିର୍ଦ୍ଦେଶ

ଜଗତସିଂହପୁର ମେଡିକାଲ କଲେଜ: ଜମି ଅଧିଗ୍ରହଣ ନିର୍ଦ୍ଦେଶ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି ରାଜ୍ୟ ସରକାର। କଲେଜ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।୨୦୨୪ ସାଧାରଣ ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପାଇଁ ପ୍ରତିଶୃତି ଦେଇଥିଲା ଭାରତୀୟ ଜନତା ପାର୍ଟି। ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ନିର୍ବାଚନ ପ୍ରଚାରରେ ଏହି ମୁଦ୍ଦା ନେଇ ନିର୍ବାଚନ ଜିତିଥିଲେ। ନିର୍ବାଚନରେ ବିଜୟ ପରେ ମସିହାରେ ଜିଲ୍ଲାରେ ମେଡ଼ିକାଲ କଲେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସଦର ଥାନା ନିପୁର ଗାଁ ନିକଟରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାକୁ ସ୍ଥିର ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆବଶ୍ୟକୀୟ ବେସରକାରୀ ଓ ସରକାରୀ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅଧିକୃତ ଜମିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking