27.8 C
Bhubaneswar
Thursday, June 11, 2026
Homeଓଡିଶାଓଡ଼ିଆ ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ପୋଥିବିଜ୍ଞାନ କର୍ମଶାଳା ଉଦ୍‌ଯାପିତ

ଓଡ଼ିଆ ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ପୋଥିବିଜ୍ଞାନ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଆ ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ଦଶଦିନିଆ ପୋଥିବିଜ୍ଞାନ ସମ୍ବନ୍ଧୀୟ କର୍ମଶାଳା ଆଜି ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୨ ଜଣ ବିଦ୍ୟାର୍ଥୀ, ଗବେଷକ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । କର୍ମଶାଳାରେ ତତ୍ତ୍ୱଭିତ୍ତିକ ଆଲୋଚନା ହୋଇଥିଲା ଏବଂ କ୍ଷେତ୍ରୀୟ ଅନୁଶୀଳନ ପାଇଁ ପ୍ରଶିକ୍ଷାର୍ଥୀମାନେ ରାଜ୍ୟ ସଂଗ୍ରହାଳୟ ଯାଇଥିଲେ ।
ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଲେ ଯେ ପ୍ରଶିକ୍ଷାର୍ଥୀମାନେ ସଫଳ ଭାବରେ ପୋଥି ସଂଗ୍ରହ, ସୂଚୀକରଣ ଓ ପୁନର୍ଲିଖନ କାର୍ଯ୍ୟ କରି ଆମ ଜ୍ଞାନଭଣ୍ଡାରର ବିଶ୍ୱବ୍ୟାପି ପ୍ରସାରଣରେ ଭାଗୀଦାର ହେବେ । ଭବିଷ୍ୟତରେ ଭାଷା ସମୃଦ୍ଧି ଅଭିଯାନରେ ସମସ୍ତେ ସାମିଲ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଓଡ଼ିଆ ଭର୍ଚୁଆଲ ଏକାଡେମୀର ସଚିବ ଡ଼. ପ୍ରଦୀପ କୁମାର ରାଉତ ପୋଥିବିଜ୍ଞାନ କର୍ମଶାଳାରେ ସଫଳ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ମାନୁସ୍କି୍ରପଫ ଆମ୍ବାସଡ଼ାର ଭାବରେ ଅଭିହିତ କରି ଭବିଷ୍ୟତରେ ସେମାନଙ୍କ ସହଯୋଗ କାମନା କରିଥିଲେ । ବିଭିନ୍ନ ଅଧିବେଶନରେ ପୂର୍ବତନ କୁଳାଧିପତି ତଥା ଜାତୀୟ ପାଣ୍ଡୁଲିପି ମିଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ଼. ପ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ପ୍ରଭାତ କୁମାର ମହାପାତ୍ର, ପ୍ର. ହରେକୃଷ୍ଣ ମିଶ୍ର (ଶାନ୍ତିନିକେତନ), ପ୍ର. ବ୍ରଜ କିଶୋର ସ୍ୱାଇଁ (ପୁରୀ), ପ୍ରଫେସର ଡ. ବ୍ରଜ ସୁନ୍ଦର ମିଶ୍ର, ପାଠ୍ୟକ୍ରମ ସଂଯୋଜକ ଡ଼. ବିଭୂତି ଭୂଷଣ ମହାପାତ୍ର, ଆୟୁଷ ମନ୍ତ୍ରାଳୟର ପୂର୍ବତନ ଉପ ମହାନିର୍ଦ୍ଦେଶକ ଡ଼. ମଦନ ମୋହନ ପାଢ଼ୀ, ଇନ୍‌ଟାକର ନିର୍ଦ୍ଦେଶକ ଡ଼. ମଲ୍ଲିକା ମିତ୍ର, ଡ଼. ମମତା ମିଶ୍ର, ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଡ଼. ଭାରତୀ ପାଲ, ଡ଼. ନିବେଦିତା ପତି (କେଉଁଝର), ପ୍ରୀତଂଶୁ ପ୍ରିୟଦର୍ଶିନୀ ମିଶ୍ର, ବାସନ୍ତୀ ଦାସ ପ୍ରମୁଖ ସଂସାଧନ ବକ୍ତା ଭାବରେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମରେ ପ୍ର. ପ୍ରଫୁଲ୍ଲ କୁମାର ମିଶ୍ର, ଡ଼. ବିଭୂତି ଭୂଷଣ ମହାପାତ୍ର ମଧ୍ୟ ବକ୍ତବ୍ୟ ରଖିଥିଲେ । ପୋଥିବିଜ୍ଞାନ ସମ୍ପର୍କିତ ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କର୍ମଶାଳା ସଂଯୋଜକ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ପକ୍ଷରୁ ସୋନାଲି ନାୟକ, ସୁଧାଂଶୁ ରାଉତ ଓ ଅବିନ୍ୟାସ ବେହେରା ସେମାନଙ୍କ ଅନୁଭୂତି ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ବରିଷ୍ଠ ପ୍ରବନ୍ଧକ ସ୍ମୃତି ରଞ୍ଜନ ମିଶ୍ର, ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର, ବିଶେଷଜ୍ଞ ଡ଼. ଡି. ଏନ. ମହାନ୍ତି, ସଚ୍ଚିଦାନନ୍ଦ ପଣ୍ଡା, ପରଂବ୍ରହ୍ମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking