ଭୁବନେଶ୍ଵର: ଅଚାନକ ଅନ୍ଧାର କରି ମାଡ଼ି ଆସିଲା ଆଉ ଛାରଖାର କରିଦେଇ ଚାଲିଗଲା । ବଜ୍ରାଘାତ ଦେଖାଇଲା ଉଗ୍ର ରୂପ । ଫଟାଇ ପକାଇଲା ବିଦ୍ୟୁତ ମିଟର । ଏଭଳି ଘଟଣା ଘଟିଛି ଗୋପବନ୍ଧୁନଗର ବ୍ଲକ କିରିକିଚିଆ ଗ୍ରାମରେ । ଅଚାନକ ରାତ୍ର ସମୟରେ କାଳବୈଶାଖୀ ହୋଇଥିଲା । ପବନ ବର୍ଷା ସାଙ୍ଗକୁ ହୋଇଥିଲା ବଜ୍ରାଘାତ । ବଜ୍ରାଘାତରେ ଗାଁ ରେ ଦୁଇ ଗୋଟି ଗୋରୁ ଏବଂ ଗୋଟିଏ ଷେଣ୍ଢ ଛୁଆର ମୃତ୍ୟୁ ହୋଇଥିଲା । ତା ସହିତ ବଜ୍ରାଘାତରେ ଜଣେ ଯୁବତୀ ଆହତ ମଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ ବଜ୍ରାଘାତ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ଲାଗିଥିବା ବିଦ୍ୟୁତ ମିଟର ଫଟାଇ ଦେବା ସହିତ ବିଦ୍ୟୁତ ତାର ଛିଣ୍ଡାଇ ପକାଇଥିଲା । ଏହା ସହିତ କିଛି ଘର ଆଜବେଷ୍ଟସ ଉଡାଇଥିଲା ତ ଆଉ କେଉଁଠି ଗଛ ଭାଙ୍ଗି ଯାଇଥିଲା । ଏପରିକି ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । ପ୍ରଚଣ୍ଡ ବଜ୍ରପାତ କାରଣରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।










