31 C
Bhubaneswar
Saturday, June 6, 2026
Homeଦେଶ ବିଦେଶଏସୀୟ କ୍ରୀଡା ଟିମରେ ବୁମରା

ଏସୀୟ କ୍ରୀଡା ଟିମରେ ବୁମରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଜି ଏସୀୟ କ୍ରୀଡ଼ା ପାଇଁ ଚୟନକର୍ତ୍ତାମାନେ ଭାରତୀୟ ଦଳ ଘୋଷଣା କରିଛନ୍ତି । ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦଳର ନେତୃତ୍ୱ ଶ୍ରେୟସ ଆୟରଙ୍କୁ ପ୍ରଦାନ କରାଯାଇଥିବା ବେଳେ ତିଲକ ବର୍ମାଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ଏହି ତିନୋଟି ଯାକ ସ୍କ୍ୱାଡରେ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ, ତାରକା ବୋଲର ଯଶପ୍ରୀତ ବୁମରା ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଏବଂ ସେ ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି । ମହମ୍ମଦ ସିରାଜଙ୍କୁ ଆୟରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଟି-୨୦ ଦଳରେ ରଖାଯାଇଛି । ବିସିସିଆଇ ଆପେକ୍ସ କାଉନସିଲ୍ ବୈଠକରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ହଟାଇବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଶନିବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।ଭାରତୀୟ ଦଳରେ ସଞ୍ଜୁ ସାମସନ, ଇଶାନ କିଶନ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅଭିଷେକ ଶର୍ମା ଏବଂ ଶିବମ ଦୁବେ, ନୀତିଶ କୁମାର ରେଡି , ୱାସିଂଟନ ସୁନ୍ଦର , ଅର୍ଶଦ୍ୱୀପ ସିଂ , ହର୍ଷିତ ରଣା , ବରୁଣ ଚକ୍ରବର୍ତୀ ଙ୍କ ଭଳି ଖେଳାଳି ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking