31 C
Bhubaneswar
Saturday, June 6, 2026
Homeଓଡିଶାଅଦିନିଆ ରଥଯାତ୍ରା: ପ୍ରଧାନମନ୍ତ୍ରୀଙ୍କୁ କରାଯିବ ଅବଗତ

ଅଦିନିଆ ରଥଯାତ୍ରା: ପ୍ରଧାନମନ୍ତ୍ରୀଙ୍କୁ କରାଯିବ ଅବଗତ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କ୍ଷୋଭ ପ୍ରକାଶ କଲେ ଗଜପତି ଦିବ୍ୟରାଜ ସିଂ ଦେଓ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଦେଶ ଭିତରେ ଅଦିନରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଥିବା ଆଉ ନଜରକୁ ଆସୁନି । କିନ୍ତୁ ଭାରତ ବାହାରେ ନିୟମ ମାନୁନାହାନ୍ତି , ଅଦିନରେ ନୀତିକାନ୍ତି କରୁଛନ୍ତି । ଏହାକୁ ନେଇ ଆମେ ପ୍ରଥମେ ରାଜ୍ୟ ସରକାରଙ୍କୁ , ପରେ କେନ୍ଦ୍ର ସରକାରଙ୍କୁ ଜଣାଇବୁ । ନୀଳାଦ୍ରି ବିଜେ ପରେ ପରିଚାଳନା କମିଟିର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ ନୀତି ନିର୍ଦ୍ଧାରକଙ୍କୁ ଭେଟିବେ । ଏନେଇ ସେମାନଙ୍କୁ ଅବଗତ କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking