31.2 C
Bhubaneswar
Thursday, June 4, 2026
Homeଓଡିଶାସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ : ମିଳିଲା ‘ପିଏମ୍ ସୂର୍ଯ୍ୟ ଘର’ ଜାତୀୟ...

ସୌର ଶକ୍ତି ବ୍ୟବହାରରେ ଓଡ଼ିଶା ଦେଶରେ ଅଗ୍ରଣୀ : ମିଳିଲା ‘ପିଏମ୍ ସୂର୍ଯ୍ୟ ଘର’ ଜାତୀୟ ପୁରସ୍କାର

ଭୁବନେଶ୍ୱର : ସୌର ଶକ୍ତି କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ବଡ଼ ସଫଳତା ହାସଲ କରିଛି । କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାକୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ମିଳିଛି । କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଶେଷ ଅଭିଯାନରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ପକାଇ ଦେଇଛି । ଘର ଛାତ ଉପରେ ସୌର ପ୍ରକଳ୍ପ (Rooftop Solar) ଲଗାଇବା କ୍ଷେତ୍ରରେ ଓଡ଼ିଶା, ସର୍ବାଧିକ ଗ୍ରାହକଙ୍କ ଆବେଦନରେ ପ୍ରଥମ ସ୍ଥାନ, ସର୍ବାଧିକ ସୌର ପ୍ରକଳ୍ପ ସ୍ଥାପନରେ ପ୍ରଥମ ସ୍ଥାନ, ସର୍ବାଧିକ ଥର ବିଦ୍ୟୁତ ବିତରଣ କମ୍ପାନୀ ଯାଞ୍ଚରେ ପ୍ରଥମ ସ୍ଥାନ, ଓ ସର୍ବାଧିକ ଭେଣ୍ଡର ପଞ୍ଜୀକରଣରେ ତୃତୀୟ ସ୍ଥାନ ଅଧିକାର କରିଛି।

ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀଙ୍କଠାରୁ ଓଡ଼ିଶା ଶକ୍ତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ବିଦ୍ୟୁତ ବିତରଣ କମ୍ପାନୀର ଅଧିକାରୀମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ସଫଳତା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଖୁସି ବ୍ୟକ୍ତ କରିବା ସହ ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ଉଦାହରଣ ସାଜିଛି । ଏହା ଦ୍ୱାରା ରାଜ୍ୟ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ । ରାଜ୍ୟ ସରକାରଙ୍କ ସହଯୋଗ ଏବଂ ସହଜ ନୀତି ଯୋଗୁଁ ଆଜି ହଜାର ହଜାର ପରିବାର ନିଜ ଘରେ ସୋଲାର ପ୍ୟାନେଲ ଲଗାଇ ‘ଶୂନ୍ୟ ବିଦ୍ୟୁତ ବିଲ୍’ର ଲାଭ ଉଠାଉଛନ୍ତି । ୨୦୨୭ ସୁଦ୍ଧା ରାଜ୍ୟର ୩ ଲକ୍ଷ ପରିବାର ପାଖରେ ସୌର ଶକ୍ତି ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking