41.3 C
Bhubaneswar
Thursday, June 4, 2026
Homeଓଡିଶାପୁରୀରେ ବ୍ରିକ୍ସ ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ କମିଟିର ଦ୍ୱିତୀୟ ଦିନ ସମ୍ମିଳନୀ ଜାରି

ପୁରୀରେ ବ୍ରିକ୍ସ ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ କମିଟିର ଦ୍ୱିତୀୟ ଦିନ ସମ୍ମିଳନୀ ଜାରି

ପୁରୀ: ପୁରୀରେ ଆଜି ବ୍ରିକ୍ସ ରାଷ୍ଟ୍ରସମୂହଙ୍କ ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ କମିଟିର ସମ୍ମିଳନୀର ଦ୍ୱିତୀୟ ଦିନ ଚାଲିଛି । ମହୋଦଧି ତଟରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଏବେ ବିଶ୍ୱସ୍ତରରେ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି । ବିପର୍ଯ୍ୟୟ ପରିଚାଳନା ଓ ଜନଜୀବନ ସୁରକ୍ଷା ନେଇ ଚାଲିଛି ଗଭୀର ମାନସମନ୍ଥନ । ଏହି ତିନି ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ସହିତ ମୋଟ ୧୧ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି ।

ବନ୍ୟା, ବାତ୍ୟା, ମରୁଡ଼ି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ସଫଳ ଭାବେ ମୁକାବିଲା କରାଯାଇପାରିବ, ସେଥିନେଇ ଏହି ସମ୍ମିଳନୀରେ ଆଲୋଚନା ହେଉଛି । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହେବା ସତ୍ତ୍ୱେ ମଧ୍ୟ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ଏଠାରେ ପ୍ରଦର୍ଶନ କରାଯାଉଛି । ଏଥିରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡ଼କ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଉପସ୍ଥିତ ରହି ବିପର୍ଯ୍ୟୟ ପୂର୍ବ ସତର୍କତା ଓ ପ୍ରତିକ୍ରିୟା ବ୍ୟବସ୍ଥା ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking