ଭୁବନେଶ୍ୱର: ନୂଆ ଉପକୂଳ ରାଜପଥକୁ କ୍ୟାବିନେଟ ମଞ୍ଜୁରୀକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । କହିଛନ୍ତି, ଏହା ଓଡିଶାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇପାରିଛି । ଏହାଦ୍ୱାରା ଯାତ୍ରା ସମୟ ପ୍ରାୟ ଅଢେଇ ଘଣ୍ଟା କମ ହେବ । ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ । ଓଡିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନେଇ କେନ୍ଦ୍ରର ପ୍ରତିବଦ୍ଧତା । ରାଜ୍ୟବାସୀଙ୍କ ପକ୍ଷରୁ ଓ କେନ୍ଦ୍ର ମନ୍ତ୍ରୀ ଗଡକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।










