28.1 C
Bhubaneswar
Tuesday, June 2, 2026
Homeଓଡିଶାପୋଲିସ ମାଡ଼ରେ ଲହୁ ଲୁହାଣ ରାକେଶଙ୍କୁ ପିସିସି ସଭାପତି ଭକ୍ତଙ୍କ ସାକ୍ଷାତ

ପୋଲିସ ମାଡ଼ରେ ଲହୁ ଲୁହାଣ ରାକେଶଙ୍କୁ ପିସିସି ସଭାପତି ଭକ୍ତଙ୍କ ସାକ୍ଷାତ

ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ, ଚଣ୍ଡିପ୍ରସାଦ ଯାଇ ପରିବାରଙ୍କୁ ଭେଟିଲେ

ଭୁବନେଶ୍ୱର: ରିଖ ବାରଙ୍ଗ ପୋଲିସର ନିର୍ମମ ମାଡରେ ଚଣ୍ଡି ପ୍ରସାଦ ଗ୍ରାମର ଲହୁଲୁହାଣ ରାକେଶ ବେହେରାଙ୍କୁ କଟକ ଏସସିବି ମେଡିକାଲରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ କଂଗ୍ରେସର ଏକ ଉଚ୍ଚ ସ୍ତରୀୟ ନେତୃମଣ୍ଡଳୀ ସାକ୍ଷାତ କରିଛନ୍ତି l ପିସିସି ସଭାପତି ଶ୍ରୀ ଦାସ ପ୍ରଥମେ ମେଡିକାଲରେ ପୀଡିତ ରାକେଶର ସ୍ୱାସ୍ଥ୍ୟବସ୍ତା ପଚlରି ବୁଝିଥିଲେ ଓ ପରେ ତାଂକ ଗାଁ ଚଣ୍ଡୀପ୍ରସାଦକୁ ଯାଇ ପରିବାରବର୍ଗଙ୍କ ସହ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ l ଏହି ଅବସରରେ ଗଣମାଧ୍ୟମଙ୍କୁ ବିବୃତି ଦେଇ ଶ୍ରୀ ଦାସ କହିଥିଲେ, ଓଡିଶାରେ ଏକ ନିକାମ୍ମା ସରକାରର ଶାସନ ଚାଲିଛି l କୌଣସି ବିଭାଗ ଦାୟିତ୍ୱ ସମ୍ପାଦନ କରିବାକୁ ଅକ୍ଷମ l

ବିଶେଷତଃ ଗୃହ ବିଭାଗ ସମ୍ପୂର୍ଣ ଅଚଳ ହୋଇ ପଡିଛି l ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ପୋଲିସ ଆଜି ନିଷ୍କ୍ରିୟ ହୋଇ ପଡିଛି, ନାରୀ ନିର୍ଯ୍ୟାତନାରେ ଦେଶରେ ରାଜ୍ୟ ଦୁର୍ନାମ ବୋହିଲା, ପୁଣି ଭିଡହିଂସା ଯୋଗୁଁ ରାଜ୍ୟକୁ ମଥାନଥ କରିବାକୁ ପଡିଛି l ଏସବୁ ଘଟଣା ବନ୍ଦ ନ ହେଉଣୁ ହାଜତରେ ପୋଲିସର ବର୍ବରତା ସୀମା ଲଙ୍ଘିଛି l କବିସୂର୍ଯ୍ୟନଗର ଠାରୁ ବାରଙ୍ଗ ପର୍ଯ୍ୟନ୍ତ ପୋଲିସର ବେଆଇନ ଅlସମ୍ବିଧାନକ କାଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି l ରାକେଶ ଉପରେ ପୋଲିସର ନିର୍ମମ ଅତ୍ୟାଚାର ଏହାର ପ୍ରମାଣ l କୌଣସି ସଭ୍ୟ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସର ନିର୍ମମତାକୁ କେବେହେଲେ ଗ୍ରହଣ କରାଯିବ ନାହିଁ l ଏହା କଣ ଅହିଂସାର ପୂଜାରୀ ଗାନ୍ଧୀଙ୍କ ଭାରତ କି? ବୋଲି ପ୍ରଶ୍ନ ପଚlରିବା ସହ ପୋଲିସର ହିଂସାତ୍ମକ କାର୍ଯ୍ୟକଳାପକୁ ସରକାର ତୁରନ୍ତ ରୋକ ଲଗାଉ ଓ ପୀଡ଼ିତଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବୀ କରିଥିଲେ l କେବଳ ରାକେଶ ନୁହଁ ଆଜି ସମ୍ପୂର୍ଣ ଗୃହ ବିଭାଗକୁ ସରକାର ଲହୁ ଲୁହାଣ କରି ଦେଇଛନ୍ତି l ଅକର୍ମା ମନ୍ତ୍ରୀ ଓ ନେତାଙ୍କ ପାଇଁ ପୁଲିସ ମଧ୍ୟ ଦିଶାହୀନ ହୋଇ ପଡିଛି l ପୋଲିସର ବର୍ବରତା ସମ୍ପୂର୍ଣ ରାଜ୍ୟର ଭାବମୂର୍ତ୍ତି ଉପରେ କାଳିମା ପୋତିଛି l ତେବେ କଂଗ୍ରେସ ଏଭଳି ପୋଲିସର ହିଂସାତ୍ମକ କାର୍ଯ୍ୟକଳାପ ଉପରେ ଚୁପ ହୋଇ ବସି ରହିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି l ଏହି ସାକ୍ଷାତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଦାସଙ୍କ ସହ ପ୍ରତିନିଧି ମଣ୍ଡଳରେ ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କଟକ ରୁରାଲ ସିଟି କଂଗ୍ରେସ ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ଦାସ ଓ ଶାନ୍ତାୟନ ମିଶ୍ର, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ପ୍ରୋଟୋକଲ ଓ ଲଜିଷ୍ଟିକ ସମ୍ପାଦକ ପ୍ରଦୀପ ମହାପାତ୍ର, ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ମହିଳା କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷl ଜୟଶ୍ମିତା ମହାନ୍ତି, କଂଗ୍ରେସ ନେତା ରବୀନ୍ଦ୍ର ମଲ୍ଲିକ, ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking