33.1 C
Bhubaneswar
Tuesday, June 2, 2026
Homeଓଡିଶାବାରଙ୍ଗ ଥାନାରେ ଏଚ୍‌ଆର୍‌ପିସି ଟିମ୍

ବାରଙ୍ଗ ଥାନାରେ ଏଚ୍‌ଆର୍‌ପିସି ଟିମ୍

କଟକ: ବାରଙ୍ଗ ଥାନାରେ ଏଚ୍‌ଆର୍‌ପିସି ଟିମ୍। ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରାକୁ ଥାନାରେ ମାଡ଼ ମାରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି HRPCଙ୍କ ତିନି ଜଣିଆ ଟିମ୍। ବାରଙ୍ଗ ଥନାକୁ ଯାଇ ଘଟଣାର ଆନୁଧ୍ୟାନ କରିଛନ୍ତି । ଏଡିସିପି ରଣଜିତ କୁମାର ପୃଷ୍ଟିଙ୍କ ସହ ଥାନାରେ ବସି ଘଟଣା ସମ୍ପର୍କରେ ବୁଝିବା ସହିତ ସିସିଟିଭି ଯାଞ୍ଚ କରିବେ। ଏହା ପୂର୍ବରୁ ଏସ୍‌ସିବି ମେଡିକାଲ୍‌ରେ ପହଞ୍ଚି ରାକେଶଙ୍କୁ ଭେଟିଥିଲା ଟିମ୍। ଜଣେ ଅତିରିକ୍ତ ଏସପିଙ୍କ ତତ୍ୱାବଧାନରେ ୬ଜଣିଆ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଚିକିତ୍ସିତ ହେଉଥିବା ରାକେଶଙ୍କୁ ଭେଟିଛନ୍ତି। ଘଟଣା ସମ୍ପର୍କରେ ରାକେଶଙ୍କୁ ପଚାରିଥିଲେ ବି ସେ କହିପାରି ନଥିବା କହିଛନ୍ତି ତଦନ୍ତକାରୀ ଟିମ। ବିଭିନ୍ନ ଦିଗରୁ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। ବାରଙ୍ଗ ଥାନା ଥାର୍ଡ ଡିଗ୍ରୀ ଅଭିଯୋଗ ଘଟଣା ପରେ ପୋଲିସ ଡିଜି HRPC ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking