ନୂଆଦିଲ୍ଲୀ: ଦିଲ୍ଲୀ ମୁକୁନ୍ଦପୁର ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ । କୋଟା ଭୁଶୁଡିବା ଫଳରେ ବହୁ ଲୋକ ପୋତିହୋଇ ରହିଥିବା ସନ୍ଦେହ କରାଯାଉଛି । ଘରଟି ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ହୋଇଥିଲା ଓ ସେଠାରୁ ବିଭିନ୍ନ ସ୍ଥାନକୁ ଗ୍ୟାସ ଯୋଗାଣ ହେଉଥିଲା । ଆଜି ସକାଳେ ବିସ୍ଫୋରଣ ଘଟିଥିଲା । ହଠାତ ବିସ୍ଫୋରଣର କାରଣ ଜଣାପଡିନାହିଁ । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ ବାହିନୀ , ପୁଲିସ ଓ ଅନ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବହୁ ଲୋକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏହା ଏକ ଆବାସିକ ଅଞ୍ଚଳ ହୋଇଥିବାବେଳେ କିପରି ଗ୍ୟାସ ଗଚ୍ଛିତ ରଖାଯାଇଥିଲା ବୋଲି ଲୋକ ପ୍ରଶ୍ନ ଉଠାଇଛନ୍ତି । ଏଠାରେ ଚାର୍ଜର କାରଖାନା ଓ ରଙ୍ଗକାମ ମଧ୍ୟ ହେଉଥିଲା।










