36.1 C
Bhubaneswar
Sunday, May 31, 2026
Homeଦେଶ ବିଦେଶଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ,ବିଜେପି କହିଲା ଡ୍ରାମା

ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ,ବିଜେପି କହିଲା ଡ୍ରାମା

କଲକାତା:ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କୁ ଆକ୍ରମଣ ଘଟଣାରେ ଜୋରଦାର ହୋଇଛି ରାଜନୀତି।ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡକୁ ପଥର କିମ୍ବା ବଲ୍ ଭଳି ଜିନିଷ ମରାଯାଇଛି । ଆକ୍ରମଣ ଘଟଣାକୁ ନେଇ ବିଜେପି କଢ଼ା ପ୍ରତିକ୍ରିୟା ପ୍ରକାଶ କରିଛି, ବିଜେପି କହିଛି ଯେ, ସେ ଆହତ ହୋଇନାହାନ୍ତି, କେବଳ ଡ୍ରାମା କରୁଛନ୍ତି।

ସୂଚନାଯୋଗ୍ୟ ଯେ,ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଟିଏମସି ନେତା ଗିରଫ, କାର୍ଯ୍ୟକର୍ତ୍ତାଙ୍କୁ ଛାଡିବାକୁ ନେଇ ଚଣ୍ଡିତଲା ଥାନା ପହଞ୍ଚିଥିଲେ । ଏହି ସମୟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ନାରାବାଜୀ ହୋଇଥିଲା । ବିଜେପି କର୍ମୀ ଟିଏମସି ସମର୍ଥକଙ୍କୁ ଦେଖି ଚୋର ଚୋର ବୋଲି ନାରା ଲଗାଇଥିଲେ।ଏହାପରେ ମାହୋଲ ଗରମ ହୋଇଥିଲା।ତେଣୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ବଳ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ।ଏହି ସମୟରେ ପଥର ମାଡ଼ ହୋଇଥିଲା।ଫଳରେ କଲ୍ୟାଣ ବାନାର୍ଜୀ ଆହତ ହୋଇଥିଲେ । ସେପଟେ ବିଜେପି କହିଛି କି, କଲ୍ୟାଣ ବାନାର୍ଜୀ କେବଳ ଡ୍ରାମା କରୁଛନ୍ତି । ତାଙ୍କୁ କୌଣସି ଆଘାତ ଲାଗିଛି । କେବଳ ଅଭିଷେକ ବାନାର୍ଜୀଙ୍କ ମାମଲାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ଗତକାଲି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଉପରେ ଆକ୍ରମଣ ହୋଇଥିଲା । ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ । ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଏହି ଘଟଣାରେ ପୋଲିସ ୫ ଜଣକୁ ଗିରଫ କରିଛି । ପୁତୁରାଙ୍କୁ ଆକ୍ରମଣ ଘଟଣାରେ ମମତା ମଧ୍ୟ କଡା ପ୍ରତିକିୟା ପ୍ରକାଶ କରିଥିଲେ । ସେ ତାଙ୍କ ଏକ୍ସ (X) ରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, “ଶାସକମାନେ ହତ୍ୟାକାରୀ ସାଜିଲେ– ବିଜେପି ତୁମକୁ ଧିକ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking