33.1 C
Bhubaneswar
Sunday, May 31, 2026
Homeଦେଶ ବିଦେଶଗଭୀର ଘାଇରେ ଖସିପଡିଲା କାର୍, ୮ ମୃତ

ଗଭୀର ଘାଇରେ ଖସିପଡିଲା କାର୍, ୮ ମୃତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରାହ ଉପଖଣ୍ଡର ବୈରଗଡ଼-ସଚ୍ ପାସ୍-କିଲର୍ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କାରଟି ୫୦୦ ମିଟର ଗଭୀର ଘାଟିରେ ଖସି ପଡିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ବେଙ୍ଗାଲୁରୁର ଏକ ପର୍ଯ୍ୟଟକ ପରିବାର ଡାଲହାଉସି ବୁଲିବା ପାଇଁ ଏକ ଟ୍ୟାକ୍ସି ବୁକ୍ କରିଥିଲେ । ପର୍ଯ୍ୟଟକଙ୍କ ସହିତ ଏକ କାର ବରଫ ଆଚ୍ଛାଦିତ ସାଚ୍ ପାସ୍ ଅଞ୍ଚଳ ଆଡକୁ ଯାଉଥିଲେ । ଫଳରେ ଗଭୀର ଘାଟିରେ ଖସି ପଡି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଗାଡିରେ ଡ୍ରାଇଭରଙ୍କ ସମେତ ୯ ଜଣ ବ୍ୟକ୍ତି ଏବଂ ୨ ଜଣ ପିଲା ଥିଲେ । କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରିଲିଫ୍ କାର୍ଯ୍ୟରେ ବହୁତ ଅସୁବିଧା ସୃଷ୍ଟି କଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘାଟିରୁ ମୃତଦେହ ଉଦ୍ଧାର କରାଯାଇ ନଥିଲା । ପୁଣି ଆଜି ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ଧାର ଦଳଙ୍କ ସହାୟତାରେ ମୃତଦେହ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ଅନ୍ୟପଟେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ କରୁଛନ୍ତି । ଏଥିସହ ଚମ୍ବା ପୋଲିସ ଅଧିକ୍ଷକ ବିଜୟ କୁମାର ସକଲାନି ଦୁର୍ଘଟଣାର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି। ପୋଲିସ ଘଟଣାସ୍ଥଳକୁ ଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking