33.1 C
Bhubaneswar
Sunday, May 31, 2026
Homeଓଡିଶାସୌମ୍ୟ ହତ୍ୟା ଘଟଣା : ତଦନ୍ତ କରିବ ଏନଏଚଆରସି ଟିମ୍

ସୌମ୍ୟ ହତ୍ୟା ଘଟଣା : ତଦନ୍ତ କରିବ ଏନଏଚଆରସି ଟିମ୍

ଭୁବନେଶ୍ବର, : ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍। ୨ ଜଣ ସଦସ୍ୟ ଓଡ଼ିଶା ଆସି ଘଟଣାର ଅନୁଧ୍ୟାନ କରିବେ। ୫ ଦିନିଆ ଭୁବନେଶ୍ବର ଗସ୍ତରେ ଆସି ତଦନ୍ତ କରିବେ ଟିମ୍। ଘଟଣାର ତନାଘନା କରିବେ ଏନଏଚଆରସି ଟିମ୍ । ବାଲିଅନ୍ତା ଯାଇ ତଦନ୍ତ କରିବେ ଟିମ୍। ଅନ୍ୟପକ୍ଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଏହି ଘଟଣାରେ ମୋଟ ୧୭ ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ସଂଖ୍ୟ ଆହୁରି ବଢିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସୌମ୍ୟଙ୍କ ବାପା ଓ ମା’ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସୌମ୍ୟଙ୍କ ପରିବାର କେବଳ କ୍ରାଇମ ବ୍ରାଚଂ ନୁହେଁ ସିବିଆଇ ତଦନ୍ତ ଦାବୀ କରିଛନ୍ତି।

ସୂଚନାଯୋଗ୍ୟ ଯେ,ମେ’୭ ତାରିଖରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କ ବାଇକ୍ ଦୁଇ ଜଣ ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା।ପରେ ଉଭୟ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା । ଏହା ପରେ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ । ପରେଲୋକମାନେସୌମ୍ୟରଞ୍ଜନଙ୍କୁ ହାତ ଗୋଡ଼ ବାନ୍ଧି ଅମାନୁଷିକ ଭାବେ ପିଟିଥିଲେ । ଏଥିରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାର ପ୍ରଥମେ କମିଶନରେଟ ପୁଲିସ ତଦନ୍ତ କରିଥିଲା। ପରେ ଏହି ଘଟଣାକୁ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking