33.1 C
Bhubaneswar
Saturday, May 30, 2026
Homeଦେଶ ବିଦେଶତ୍ରିକୋଣୀୟ ପ୍ରେମରୁ ଥାର ଚଢାଇ ହତ୍ୟା: ଡିସିପି

ତ୍ରିକୋଣୀୟ ପ୍ରେମରୁ ଥାର ଚଢାଇ ହତ୍ୟା: ଡିସିପି

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଦୁର୍ଘଟଣାରେ ଶନିବାର ଏକ ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଆଣିଲେ ଅଭିଯୋଗ। ଥାର୍ ଚଢାଇ ବାଇକ୍ ଆରୋହୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲସି ଦୋକାନରେ ଗଣ୍ଡଗୋଳ ପରେ ପଛରୁ ଥାର୍ ଚଢାଇ ହତ୍ୟା କରାଯାଇଛି। ମୃତ ଯୁବକ ଖୋର୍ଦ୍ଧା କାଇପଦର ଅଞ୍ଚଳର ସୂଚନା। ପରିବାର ଅଭିଯୋଗ ପରେ ଘଟଣାର ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ପରେ ଘଟଣାରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଥାର୍ ଜବତ ସହ ୫ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନାରେ ଏନେଇ ହତ୍ୟା ମାମଲା ରୁଜୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ବୋଲି ସୂଚନା ମିଳିଛି।  ଆଜି ଉକ୍ତ ମାମଲାର ବଡ ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । କହିଛନ୍ତି, ତ୍ରିକୋଣଣୀୟ ପ୍ରେମରୁ ଥାର ଚଢାଇ ହତ୍ୟା କରାଯାଇଛି । ତ୍ରିକୋଣୀୟ ପ୍ରେମକୁ ନେଇ ମୃତକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଶତ୍ରୁତା ଥିଲା । କ୍ରିକେଟ ଷ୍ଟମ୍ପ ନେଇ ସଂଘବଦ୍ଧ ଭାବେ ପିଟି ମାରିବା ଉଦ୍ୟମ କରିଥିଲେ । ଏହା ପରେ ଝଗଡା ହୋଇଥିଲା, ଜାଣିଶୁଣି ଥାର ଚଢାଇଥିଲେ ଅଭିଯୁକ୍ତ । ଘଟଣାର ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ ରହିଛନ୍ତି । ଅନ୍ୟ ସମସ୍ତଙ୍କୁ ଗିରଫ କରାଯିବ । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଅଟକ ରଖାଯାଇଛି ଥାର ଓ ଗୋଟିଏ ସ୍କୁଟିକୁ ଜବତ କରାଯାଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking