ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ଥାନା ମୁଣ୍ଡାପଡାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ପରେ ସ୍ୱାମୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛି । ମୃତା ହେଲେ କ୍ରୀଷ୍ଣା ଖଡିଆ । ଅଭିଯୁକ୍ତ ସ୍ୱାମୀ ପିକୁ କିସାନଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡା ଓ ପୋଲିସ ଦଳ ପହଞ୍ଚି ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ ଟିମ ଆସିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଅଧିକାରୀ ।










