ରାୟଗଡା: ରାୟଗଡା ସହରର ସାଇପ୍ରିୟା ନଗରରେ ଆୟୋଜିତ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବର ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନ ସହ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ମାଆଙ୍କ ଦର୍ଶନ ପାଇଁ ଏଠାକୁ ଆସିଥିଲେ। ଦୀର୍ଘ ବାର ବର୍ଷ ଧରି ଏହି ପୂଜା ଆୟୋଜିତ ହୋଇଆସୁଛି। ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବକୁ ନେଇ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଥିଲା। ପୂଜାର ଶେଷ ଦିନରେ ମାଆଙ୍କ ଦର୍ଶନ ପାଇଁ ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ମାନସିକ ରଖି ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ। ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଓଡ଼ିଶା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଭକ୍ତମାନେ ଏହି ପର୍ବରେ ସାମିଲ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗ ଓ ପୂଜା କମିଟିର ପ୍ରୟାସରେ ଏବର୍ଷ ମଧ୍ୟ ଘଣ୍ଟ ପର୍ବକୁ ଖୁବ ଆନନ୍ଦ ଓ ଭକ୍ତିମୟ ପରିବେଶରେ ପାଳନ କରାଯାଇଛି। ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାଇପ୍ରିୟା ନଗରରେ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।










