33.1 C
Bhubaneswar
Wednesday, May 27, 2026
Homeଦେଶ ବିଦେଶଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ୨୩୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୮ ଘଣ୍ଟାରୁ ଅଧିକ ସମୟ ଆକାଶରେ ରହିବା ପରେ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରିଆସିଛି। ଏୟାରଲାଇନ୍ସ ପକ୍ଷରୁ ଜାରି ବୟାନ ଅନୁଯାୟୀ, ବୁଧବାର ଦିନ ଉଡ଼ାଣ ଭରିଥିବା ଏହି ”ଏଆଇ୧୭୩” ବିମାନଟି ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଉଡ଼ି ଚୀନ୍ ଆକାଶମାର୍ଗରେ ପହଞ୍ଚିବା ପରେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଏହାପରେ ସୁରକ୍ଷା ନିୟମ ଅନୁଯାୟୀ ପାଇଲଟ୍ ବିମାନଟିକୁ ସେଠାରୁ ଦିଲ୍ଲୀ ଆଡ଼କୁ ମୁହାଁଇଥିଲେ ଏବଂ ବିମାନବନ୍ଦରରେ ଏହାର ସୁରକ୍ଷିତ ଜରୁରୀକାଳୀନ ଅବତରଣ କରାଯାଇଛି। ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ବିମାନର ବୈଷୟିକ ଯାଞ୍ଚ ଚାଲିଛି ଏବଂ ଯାତ୍ରୀମାନଙ୍କ ପାଇଁ ହୋଟେଲ ଓ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ ଯେ, ଗତ ମେ’ ୨୧ ତାରିଖରେ ମଧ୍ୟ ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଅନ୍ୟ ଏକ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ତାହାକୁ ଦିଲ୍ଲୀରେ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking