33.1 C
Bhubaneswar
Wednesday, May 27, 2026
Homeଓଡିଶାମା'ର ଶବ ସତ୍କାର କଲେନି ପୁଅ: ପୁଲିସ କଲା ଅନ୍ତିମ ସଂସ୍କାର

ମା’ର ଶବ ସତ୍କାର କଲେନି ପୁଅ: ପୁଲିସ କଲା ଅନ୍ତିମ ସଂସ୍କାର

ବାଲେଶ୍ବର: ଭାଇ ଭାଇ ମଧ୍ୟରେ ବିବାଦର କରୁଣ ପରିଣତି । ହୋଇପାରିଲାନି ଜନ୍ମକଲା ମା’ର ଶବ ସତ୍କାର । ଦୀର୍ଘ ୧୦ ଘଣ୍ଟା ପରେ ପୁଲିସ ଅଧିକାରୀ ପହଞ୍ଚି ନିଜ କାନ୍ଧରେ ବୋହି ନେଇ ମଶାଣିରେ କଲେ ଅନ୍ତିମ ସଂସ୍କାର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁରରୁ ଆସିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗ୍ରାମର ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସଙ୍କ ତିନି ଜଣ ପୁଅରୁ ବଡ଼ ପୂଅ ନିଖୋଜ ଅଛନ୍ତି । ପୂଅ ରାକେଶଙ୍କ ପାଖରେ ରହୁଥିଲେ ତୁଳସୀ ।

ମଙ୍ଗଳବାର ସକାଳେ ତୁଳସୀଙ୍କ ମୃତ୍ୟୁ ହୋଇଥିଲା । ଶବ ସତ୍କାର କରିବାକୁ ନେଇ ମଝିଆଁ ପୁଅ ରାଜେଶ ଏବଂ ସାନ ପୁଅ ରାକେଶଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ରାତି ୯ଟା ପର୍ଯ୍ୟନ୍ତ ଘର ବାରଣ୍ତାରେ ଶବ ପଡ଼ି ରହିଥିଲା । ଖବର ପାଇ ଅମର୍ଦ୍ଦା ରୋଡ୍ ଫାଣ୍ତି ଅଧିକାରୀ ବିଜୟ କୁମାର ବାରିକ ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ପହଞ୍ଚି ଘର ଠାରୁ ୨ କିଲୋମିଟର ପର୍ଯ୍ୟନ୍ତ ନିଜ କାନ୍ଧରେ ଶବ ବୋହି ନେଇ ସୁବର୍ଣ୍ଣରେଖା ନଦୀ ପଠାରେ ଶବ ସତ୍କାର କରିଥିଲେ । ପୁଲିସ ଅଧିକାରୀଙ୍କ ଏଭଳି ମହାନତା ଯୋଗୁଁ ସବୁ ମହଲରେ ପ୍ରଶଂସା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking