29.4 C
Bhubaneswar
Monday, May 25, 2026
Homeଓଡିଶାପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ପିପଳବାହାଳ ଗାଁରେ ଏକ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପିପିଳବାହାଳ ଗ୍ରାମର ଜଗବନ୍ଧୁ ନାୟକ । ସୂଚନା ଯେ, ପିପଳବାହାଳ ଗ୍ରାମର ସୁମନ୍ତ ନାୟକ ଆଜି ଭୋର ୫ଟା ବେଳେକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଆମ୍ବଗୋଟାଇ ସାରି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ସେଠାରେ କାଦୁଅରେ ଗୋଡ଼ ଖସି ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟଲୋକ ମୃତ ଦେହ ଭାସୁଥିବା ଦେଖି ଛେଣ୍ଡିପଦା ଅଗ୍ନିଶମ ବିଭାଗ ଓ ବାଗଡ଼ିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୁଲିସ୍ ଶବକୁ ଜବତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking