30.1 C
Bhubaneswar
Sunday, May 24, 2026
Homeଦେଶ ବିଦେଶମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ

ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ

ନୂଆଦିଲ୍ଲୀ: ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ ଚାରି ଦିବସୀୟ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶନିବାର ଭେଟିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ, ବିଦେଶ ସଚିବ ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି। ରୁବିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ଗସ୍ତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ ରେ ଏକ ପୋଷ୍ଟରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭାରତରେ ସ୍ବାଗତ କରିବା ସହିତ ଦୁହେଁ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାରେ ନିରନ୍ତର ପ୍ରଗତି, ଆଞ୍ଚଳିକ ଓ ବିଶ୍ୱ ଶାନ୍ତି, ସୁରକ୍ଷା ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ ବୋଲି କହିଛନ୍ତି। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଓ ଆମେରିକା ବିଶ୍ୱ ପାଇଁ ନିବିଡ଼ ଭାବରେ କାମ କରିବା ଜାରି ରଖିବେ। ଆମେରିକା ବିଦେଶ ସଚିବ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ସହିତ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବିସ୍ତୃତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଆମେରିକାର ବୈଦେଶିକ ସଚିବ ଶନିବାର ପୂର୍ବାହ୍ଣରେ କୋଲକାତାରେ ପହଞ୍ଚି ନୂଆଦିଲ୍ଲୀ ଯିବା ପୂର୍ବରୁ ମଦର ଟେରେସାଙ୍କ ମିଶନାରିଜ୍ ଅଫ୍ ଚାରିଟିର ମୁଖ୍ୟାଳୟ ମଦର ହାଉସ୍ ପରିଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking