30.1 C
Bhubaneswar
Sunday, May 24, 2026
Homeଓଡିଶାବଜ୍ରପାତ ନେଲା ନାବାଳକର ଜୀବନ !

ବଜ୍ରପାତ ନେଲା ନାବାଳକର ଜୀବନ !

କଳାହାଣ୍ଡି: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ପ୍ରଶାନ୍ତ ମାଝୀ (୧୬) ଅଟେ।ସୂଚନାନୁସାରେ, ଶୁକ୍ରବାର ସାଢ଼େ ୩ ଘଣ୍ଟା ସମୟରେ ଜଙ୍ଗେରଗୁଡ଼ା ଗ୍ରାମର ସୁବାସ ମାଝୀର ପୁତ୍ର ପ୍ରଶାନ୍ତ ଗାଁ ପିଲାଙ୍କ ସହିତ ନିକଟସ୍ଥ ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ ସେହି ସମୟରେ ଘଡ଼ଘଡ଼ି ସହିତ ବିଜୁଳି ମାରିଥିଲା ଏବଂ ସେହି ବିଜୁଳି ଆଘାତରେ ପ୍ରଶାନ୍ତ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ପ୍ରଶାନ୍ତ ବେହୋସ ହୋଇପଡ଼ିବା ଦେଖି ସାଙ୍ଗରେ ଥିବା ପିଲାମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ପ୍ରଶାନ୍ତକୁ ଘରକୁ ଆଣିଥିଲେ ଏବଂ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ବୁଲାନ୍ସ ଆସିବା ପରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଚିକିତ୍ସା ପରେ ପ୍ରଶାନ୍ତକୁ ମୃତ ଘୋଷଣା କରଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking