37.1 C
Bhubaneswar
Monday, May 18, 2026
Homeଓଡିଶାଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଜମି ବିବାଦକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

କଟକ: ଜମିବାଡି ବିବାଦକୁ ନେଇ କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନ ପଣସପୁର ପଞ୍ଚାୟତର ଅକରପଡା ଗ୍ରାମରେ ଘଟିଛି ଏକ ଭୟାବହ ଘଟଣା । ଗ୍ରାମର ସ୍ୱର୍ଣ୍ଣଲତା ସାହୁଙ୍କୁ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କୋଦାଳ, କଟୁରି ଓ ଟାଙ୍ଗିଆରେ ସ୍ୱର୍ଣ୍ଣ ଲତାଙ୍କ ମୁଣ୍ଡ, ବେକ ଓ ଛାତି ସହିତ ଶରୀରର ଏକାଧିକ ସ୍ଥାନରେ ଆକ୍ରମଣ କରାଯାଇଛି । ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରୁ କଟକ ବଡ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଜମିବାଡିକୁ କେନ୍ଦ୍ର କରି ସେହି ଗ୍ରାମର ଚନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ- ଝିଅଙ୍କ ସହିତ ବିବାଦ ଚାଲିଥିଲା । ଏହି ପୁରୁଣା ଶତ୍ରୁତାରୁ ପ୍ରେରିତ ହୋଇ ସେମାନେ ଏହି ଆକ୍ରମଣର କରିଥିବା ଅଭିଯୋଗ କରାଯାଇଛି । ଘଟଣା ସଂପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking