35.1 C
Bhubaneswar
Sunday, May 17, 2026
Homeଓଡିଶାରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ

ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ

ଭୁବନେଶ୍ୱର: ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ବଢ଼ିଛି ।ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ହୀରାକୁଦ ୪୧.୫, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୧.୪, ଭବାନୀପାଟଣା ୪୧, ଅନୁଗୁଳ ୪୧.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୨, ସୋନପୁର ୪୦.୩, ନୟାଗଡ଼ ୪୦ ଡିଗ୍ରୀ ତାତିରେ ସିଝିଥିଲା । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭-୩୮ ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ୩୮, ଚାନ୍ଦବାଲି ୩୮.୮, ଭୁବନେଶ୍ୱର ୩୭.୮ ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଶନିବାର ଆଣ୍ଡାମାନ ଛୁଇଁଛି ମୌସୁମୀ । ଦକ୍ଷିଣ ପୂର୍ବ ଆରବସାଗର ଓ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗରର ଅନେକ ଅଂଶ, ଆଣ୍ଡାମାନ ଦ୍ୱୀପର କିଛି ଅଂଶ ଏବଂ ନିକୋବରକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରିଛି ମୌସୁମୀ । ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି । ୨୬ ତାରିଖବେଳକୁ ଏହା କେରଳ ଉପକୂଳ ଛୁଇଁପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି । ରବିବାର ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୪୦ରୁ ୫୦ କିଲୋମିଟର ରହିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking