28.1 C
Bhubaneswar
Thursday, May 14, 2026
Homeଓଡିଶାସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଏଭି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଏଭି ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଧ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ପାଠ୍ୟକ୍ରମରେ ଓଏଭିରୁ ମୋଟ ୪୭୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଚଳିତ ବର୍ଷର ପାସ୍ ହାର ରହିଛି ୭୩.୫ ପ୍ରତିଶତ । ବିଜ୍ଞାନ ପାଠ୍ୟକ୍ରମରେ ୧୧୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । କନ୍ଧମାଳର ଓଏଭି, ଧୋବାଟୋଟାର ପ୍ରିୟଦର୍ଶିନୀ ବେହେରା ୯୭.୬ ପ୍ରତିଶତ ହାସଲ କରି ବିଜ୍ଞାନ ପାଠ୍ୟକ୍ରମରେ ଟପର୍ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଏଭି ଫେରଜରପୁର୍, ବରଗଡ଼ର ପୀୟୁଷ ରଞ୍ଜନ ସ୍ୱାଇଁ-୯୭.୨ ପ୍ରତିଶତ, ଓଏଭି ଟେଟେଲେଙ୍ଗା, ବୌଦ୍ଧର ଶକ୍ତିବନ୍ଦନ ପୁରୋହିତ – ୯୭.୨ପ୍ରତିଶତ, ଓଏଭି ବେଡ଼ି, ନୂଆପଡ଼ାର ଲଭ୍ୟାଂଶ ମେହେର – ୯୬.୬ ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି । ସେହିପରି ବାଣିଜ୍ୟ ପାଠ୍ୟକ୍ରମରେ ୩୧ଟି ଓଏଭିରୁ ୪୨୩ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ପାସ୍ ହାର ୮୮.୯ ପ୍ରତିଶତକୁ ବୃଦ୍ଧି ପାଇଛି । ବାଣିଜ୍ୟରେ ମୋଟ ୧୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ମୟୂରଭଞ୍ଜର ଓଏଭି ସାନମୌଦା, ମୟୂରଭଞ୍ଜର ଦିଶା ଶାହା ୯୬.୮ ପ୍ରତିଶତ ନମ୍ବର ରଖି ବାଣିଜ୍ୟରେ ଟପର୍ ହୋଇଛନ୍ତି । ବାଣିଜ୍ୟ ରେ ଅନ୍ୟମାନଙ୍କ ମଧ୍ୟରେ ଓଏଭି ସାନମୌଦା, ମୟୂରଭଞ୍ଜର ଆଞ୍ଚଲ ଅଗ୍ରୱାଲ – ୯୬.୨ ପ୍ରତିଶତ, ଓଏଭି ଜାମଧର, ଯାଜପୁରର ବିଶ୍ୱଜିତା ପୃଷ୍ଟି – ୯୫ ପ୍ରତିଶତ, ଓଏଭି ଜାମଧର, ଯାଜପୁରର ଅଙ୍କିତା ବେହେରା – ୯୫ ପ୍ରତିଶତ, ଓଏଭି ରାନିଭୋଳ, ମୟୂରଭଞ୍ଜର ରିତିକ ଖୁରାନା – ୯୫ ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ସମସ୍ତ ସଫଳ ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଧାନଶିକ୍ଷକ ଏବଂ ଅଭିଭାବକମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking