29.1 C
Bhubaneswar
Thursday, May 14, 2026
Homeଓଡିଶାରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

ରାଜ୍ୟରେ ବିସ୍ଥାପନ ଯାତନାକୁ ନେଇ ରାଜ୍ୟପାଳଙ୍କୁ ସାକ୍ଷାତ କଲେ କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ୱର: ନିକଟ ଅତୀତରେ ରାଜ୍ଯରେ ଶିଳ୍ପାୟନ ନାମରେ ବିସ୍ତାପନ କରାଯାଇ ହଜାର ହଜାର ଆଦିବାସୀ ପରିବାରକୁ ଗୃହଶୂନ୍ୟ କରି ଦିଆଯାଇ ଏକ ଯାତନାପୂର୍ଣ୍ଣ ଜୀବନ ବଞ୍ଚିବାକୁ ବାଧ୍ୟ କରାଯାଉଛି। ଏବଂ ଶିଳ୍ପ ସଂସ୍ଥା ଗୁଡିକୁ ଜଳ ଜଂଗଲ ଜମିର ଅଧିକାର ଦିଆଯାଇଛି। କିନ୍ତୁ ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ କାରଣ ସରକାର ଓ ଶିଳ୍ପ ସଂସ୍ଥା ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଲାଗିରହିଛି। ତେଣୁ ପୁଲିସ ସହାୟତାରେ ସରକାର ବଳପ୍ରୟୋଗ କରି ବିସ୍ଥାପନ କରୁଅଛି। ଆଇନ ଅନୁସାରେ ଗ୍ରାମ ସଭାର ଅନୁମୋଦନ ବିନା ଏହା ହେବାକଥା ନୁହେଁ l ଆଦିବାସୀ ଏବଂ ସ୍ଥାନୀୟ ସମାଜ ଗୁଡିକ ପାଇଁ ବିଭିନ୍ନ ସମୟରେ ଆଇନ ତିଆରି କରାଯାଇଛି l ସରକାରଙ୍କ ବଳପୂର୍ବକ ବିସ୍ଥାପନ ପେସା ଆଇନ ୧୯୯୬, ଜଂଗଲ ଅଧିକାର ଆଇନ ୨୦୦୬ ଓ ଏଲଏଆରଆର ଆଇନ ୨୦୧୩ ର ସଂପୂର୍ଣ୍ଣ ଉଲଂଘନ ଅଟେ। ରାଜ୍ଯରେ ଅହେତୁକ ବୃଦ୍ଧି ପାଉଥିବା ବଳପୂର୍ବକ ବେଆଇନ ବିସ୍ଥାପନ ସମସ୍ୟାକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭାପତିଙ୍କୁ ଲୋକ ଭବନରେ ସାକ୍ଷାତ କରିଥିଲେ। ମହାମହିମ ରାଜ୍ୟପାଳ ପ୍ରତିନିଧି ଦଳଙ୍କ ଅଭିଯୋଗ ଗୁଡିକ ଧର୍ଯ୍ଯର ସହ ଶୁଣିଥିଲେ ଏବଂ ବିସ୍ଥାପନର ସମସ୍ତ ବିଷୟକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ପ୍ରତିନିଧି ଦଳରେ ପିସିସି ସଭାପତିଙ୍କ ସହ ଓଡିଶା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ଜେଟି କୁସୁମ କୁମାର, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଶୋକ କୁମାର ଦାସ, ସିଏସ୍ ରାଜନ ଏକ୍କା ,ପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା , ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ପିସିସି ଉପସଭାପତି ସସ୍ମିତା ବେହେରା, ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାଷୀ ବାହିନୀପତି, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ସାଧୁ ନେପାକ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାସ, ପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଏସ୍ ସି ସେଲ ଅଧ୍ଯକ୍ଷ ମାନସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ଯ ପିନାକୀ ଦାସ, ସତ୍ଯବ୍ରତ ପାତ୍ର, ଦେବେନ୍ଦ୍ର ସ୍ବାଇଁ, ଅମିତା ବିଶ୍ୱାଲ, ସୁନିଲ କୁମାର ପ୍ରଧାନ, ସୁଧାଂଶୁ ଦେଓ, ଦେବ ପ୍ରସାଦ ନାୟକ, ରାଜୀବ ପଟ୍ଟନାୟକ, ସିଦ୍ଧାର୍ଥ ରାଉତରାୟଙ୍କ ସହ କିଛି ବିସ୍ଥାପିତଙ୍କ ପ୍ରତିନିଧି ମଧ୍ୟ ଏହି ଦଳରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking