35.1 C
Bhubaneswar
Sunday, May 10, 2026
Homeଓଡିଶାଘୁଗଡ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ

ଘୁଗଡ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାର୍ସିଂ ରେଞ୍ଜର ଘୁଗଡ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଡିଏଫ୍ଓ ହିମାଂଶୁ ମହାନ୍ତି ସୂଚନା ଦେଇଛନ୍ତି। ଗତକାଲି ଏହି ସଂରକ୍ଷିତ ଜଙ୍ଗଲର ଏକ ନାଳରେ ପଡ଼ି ହାତୀଟିର ମୃତ୍ୟୁ ଘଟିଥିଲା। ଆଜି ବିଭାଗୀୟ କର୍ମଚାରୀମାନେ ଖବର ପାଇ ମୃତ ହାତୀ ନିକଟରେ ପହଞ୍ଚିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଏହି ମୃତ ହାତୀଟି ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ମହିପୂର୍ ରେଞ୍ଜ ଗୁମି ସେକ୍ସନରେ ଚିକିତ୍ସିତ ହେଉଥିଲା। ହାତୀଟିର ଉଦର ପୀଡା ଥିବାରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଓ ନନ୍ଦନ କାନନ ବିଶେଷଜ୍ଞଙ୍କ ମିଳିତ ଉଦ୍ୟମରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଗତ କିଛି ଦିନ ଧରି ଅସୁସ୍ଥ ହାତୀ ଟି ନୟାଗଡ଼ ଜଙ୍ଗଲ ପାର ହୋଇ ଘୁଗୁଡ଼ ସଂରକ୍ଷିତ ଜଙ୍ଗଲରେ ଘୁରି ବୁଲୁଥିଲା। ଗତକାଲି ହାତୀଟି ଅସୁସ୍ଥ ଅବସ୍ଥାରେ ମୃତ୍ୟୁବରଣ କରିଛି। ଆଜି ଭୁବନେଶ୍ୱରରୁ ଯୁଗ୍ମ ଟାସ୍କ ଫୋର୍ସ ଆସି ପହଞ୍ଚିବା ପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ମୃତ ହାତୀଟିର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking