ଜଗତପୁର : କଟକ ଅବକାରୀ ବିଭାଗ ଦ୍ୱାରା ଜଗତପୁର ଅଞ୍ଚଳରୁ ମଙ୍ଗଳବାର ପ୍ରାୟ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିସହିତ ନିଶା କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଡ଼ିଆଙ୍ଗ ଗ୍ରାମର ତାପସ ରଞ୍ଜନ ଲେଙ୍କା (୩୫)। ସୂଚନା ମୁତାବକ; ମଙ୍ଗଳବାର ଜଗତପୁର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି ବ୍ରାଉନସୁଗର ରଖିଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା। ଅବକାରୀ ବିଭାଗ ଏସଆଇ ବିଭୁତି ଭୂଷଣ ପ୍ରଧାନ, ଏଏସଆଇ ଜଗନ୍ନାଥ ପରିଡା, ଅବକାରୀ କନଷ୍ଟେବଳ ସଞ୍ଜୟ ଦାସ ଓ ଦୀପକ କୁମାର ସାହୁ ଚଢ଼ଉ କରି ପ୍ରାୟ ୧୫୩ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲେ। ଜବତ ବ୍ରାଉନସୁଗରର ବଜାର ମୂଲ୍ୟ ପ୍ରାୟ ୧୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।










