ଭଦ୍ରକ: ଘର ଆଗରେ ନିଜେ ନିଜକୁ ଜାଳିଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁରରେ । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ମହିଳା । ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ନିଆଁରେ ମହିଳାଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଛି । ତେବେ ବଡ କଥା ହେଉଛି ପାରିବାରିକ କଳହକୁ ନେଇ ଏଭଳି ଘଟିଛି ସୂଚନାରୁ ଜଣାପଡିଛି । ଏସଂପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା କରୁଛି ।










