32.1 C
Bhubaneswar
Friday, May 1, 2026
Homeଓଡିଶାଆରଡିସି ତଦନ୍ତ ପରେ ଜିତୁ ମୁଣ୍ଡାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା, ପିଇବା ପାଣି ପାଇଁ ନଳକୂଅ...

ଆରଡିସି ତଦନ୍ତ ପରେ ଜିତୁ ମୁଣ୍ଡାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା, ପିଇବା ପାଣି ପାଇଁ ନଳକୂଅ ବ୍ୟବସ୍ଥା

କେନ୍ଦୁଝର : ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲା ଓଡ଼ିଶା । ଆରଡିସି ତଦନ୍ତରେ ଜଳଜଳ ହୋଇ ଦିଶିଲା ବ୍ୟାଙ୍କ ଆଉ ପ୍ରଶାସନର ଅବହେଳା । ଏହା ପରେ ପ୍ରଶାସନର ନିଦ ଭାଙ୍ଗିଲା । କଙ୍କାଳ ଝଡ଼ ପରେ କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ମୁଣ୍ଡରେ ଅଜାଡ଼ି ହେଉଛି ସରକାରୀ ଯୋଜନା । ବିଜୁଳି ବେଗରେ ତାଙ୍କ ପାଇଁ ସବୁ ମୌଳିକ ସୁବିଧା ଯୋଗାଇ ଦେଇଛି ପ୍ରଶାସନ । ଜିତୁ ମୁଣ୍ଡାଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା । ଘରକୁ ମିଳିଲା ବିଦ୍ୟୁତ ସଂଯୋଗ । ଭଉଣୀଙ୍କ ନାଁରେ ଥିବା ରାସନ କାର୍ଡ ଜିତୁ ମୁଣ୍ଡାଙ୍କ ନାଁରେ କଲା ପ୍ରଶାସନ । ଏବେ ସବୁ ଯୋଜନା ତାଙ୍କ ଉପରେ ଅଜାଡ଼ି ଦେଇଛି । ଆରଡିସି ତଦନ୍ତ ପରେ ଜିଲ୍ଲା ପ୍ରଶାସନ ଜିତୁ ମୁଣ୍ଡାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଛି । ବିଦ୍ୟୁତ ବିଭାଗ ଘରକୁ ବିଦ୍ୟୁତ ସଂଯୋଗ କରିଛି । ଭଉଣୀ କାଲରା ମୁଣ୍ଡାଙ୍କ ନାମରେ ଥିବା ଅନ୍ତଦୋୟ ରାସନ କାର୍ଡକୁ ଜିତୁ ମୁଣ୍ଡାଙ୍କ ନାମରେ ପରିବର୍ତ୍ତନ କରିଛି । ତାଙ୍କ ଘରକୁ ୫୦ କିଲୋ ଚାଉଳ ଦିଆଯାଇଛି । ଏବେ ପିଇବା ପାଣି ପାଇଁ ନଳକୂଅ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ପ୍ରଶାସନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking