32.1 C
Bhubaneswar
Friday, May 1, 2026
Homeଓଡିଶାଅନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରଖିବ ଆଜିର ନାରୀ

ଅନ୍ୟାୟ ବିରୁଦ୍ଧରେ ଲଢେଇ ଜାରି ରଖିବ ଆଜିର ନାରୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ‘ଭାରତୀୟ ଗଣତନ୍ତ୍ରରେ ନାରୀମାନଙ୍କ ଯୋଗଦାନ’ ସମ୍ପର୍କିତ ଏକ ସ୍ୱତନ୍ତ୍ର ଅଧିବେଶନ ଏପ୍ରିଲ 30 ତାରିଖ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଯୋଗଦେଇ ରାଜନୀତିରେ ମହିମାନଙ୍କ 33% ସଂରକ୍ଷଣକୁ ନେଇ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କରେ ନିଜର ମତ ରଖିଥିଲେ । ସେ କହିଛନ୍ତି, ମାତୃଭୁମିର ମାନ ରକ୍ଷା ପାଇଁ ଆଜି ଯେଉଁ ନାରୀଶକ୍ତି ରାଜରାସ୍ତାକୁ ଓଲ୍ହାଇଛି, ଏ ଗୃହ ନିରବ ରହିପାରିବନି । ଆମେ ଗଣତନ୍ତ୍ର ବିଷୟରେ କଥା ହେଉଛି, ହେଲେ ନାରୀମାନଙ୍କ ସୁରକ୍ଷା ଓ ଅଖଣ୍ଡତାକୁ ଯଦି ସୁନିଶ୍ଚିତ କରା ନଯାଏ, ତେବେ ସେ ଗଣତନ୍ତ୍ର ଅର୍ଥ କଣ । ସେ କହିଛନ୍ତି, ଆମେ ଯେତେବେଳେ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଚର୍ଚ୍ଚା କରିବାକୁ ଏକତ୍ରିତ ହୋଇଛେ, ଆମକୁ ସେହି ଅନ୍ଧକାରର ଦିନକୁ ମନେ ପକାଇବାକୁ ହେବ, ଯେଉଁଦିନ ସଂସଦରେ ମହିଳାମାନଙ୍କ ସଂରକ୍ଷଣ ବିଲ୍କୁ ତୀବ୍ର ବିରୋଧ କରାଗଲା ଓ ଏହାକୁ ପାରିତ ହେବାକୁ ଦିଆଗଲା ନାହିଁ । ଦୀର୍ଘବର୍ଷ ଧରି ବିରୋଧୀ ଦଳମାନେ ମହିଳାମାନଙ୍କ ସଂରକ୍ଷଣକୁ କେବଳ ବିରୋଧ କରିନାହାନ୍ତି, ଏହାକୁ ଯେମିତି ଶୀତଳଭଣ୍ଡାରରେ ରଖିଦେଇଛନ୍ତି । କାରଣ ସେମାନେ ନାରୀମାନଙ୍କୁ ନେତା ଭାବେ ଗ୍ରହଣ କରିପାରୁନାହାନ୍ତି, ବରଂ ଆମକୁ ଶାସନ କରିବାକୁ ଚାହାନ୍ତି, କ୍ଷମତାର ପ୍ରଭାବ ଦେଖାଇବାକୁ ଚାହାନ୍ତି ।

ବିଧାୟିକା ଶ୍ରୀମତୀ ମହାପାତ୍ର ଆହୁରି କହିଛନ୍ତି ଯେ, 2014 ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ନରେନ୍ଦ୍ର ମୋଦି ବେଟି ବଚାଓ ବେଟି ପଢ଼ାଓ, ଉଜ୍ଜ୍ଵଳା, ସୁକନ୍ୟା ସମୃଦ୍ଧି, ସୁଭଦ୍ରା, ଲାଡଲି ବେଟି, ଲକ୍ଷପତି ଦିଦି ଯୋଜନା ଭଳି ଯୁଗାନ୍ତକାରୀ ପଦକ୍ଷେପ ମାଧ୍ୟମରେ ନାରୀମାନଙ୍କୁ ସଶକ୍ତ କରିବାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ହେଲେ ତାଙ୍କର ସେହି ମହତ ଉଦ୍ଦେଶ୍ୟକୁ ସହି ନପାରି ସେହି ଏକମାତ୍ର ଲୋକଙ୍କୁ ହରାଇବା ପାଇଁ ସମଗ୍ର ଦେଶର ସବୁ ବିରୋଧୀ ଦଳର ବଡ଼ ବଡ଼ ନେତା ଏକଜୁଟ ହୋଇଛନ୍ତି । ହେଲେ ସେହି ଜଣଙ୍କ ଉପରେ ଭାରତର କୋଟି କୋଟି ମା’, ଭଉଣୀଙ୍କ ବିଶ୍ୱାସ ଓ ଭରସା ଅଛି ବୋଲି ସେ କହିଥିଲେ । ଆମକୁ ମନେ ରଖିବାକୁ ହେବ ଯେ, ନାରୀଶକ୍ତି ହିଁ ରାଷ୍ଟ୍ରଶକ୍ତି । ଏଥିସହ ଶ୍ରୀମତୀ ମହାପାତ୍ର ବିରୋଧୀ ଦଳ ନେତାଙ୍କୁ ପ୍ରଶ୍ନ କରିଥିଲେ ଯେ, କେଉଁ ଆଧାରରେ ସେମାନେ ମହିଳା ସଶକ୍ତିରଣ କ୍ଷେତ୍ରରେ ନିଜର ଭୂମିକାକୁ ଶ୍ରେଷ୍ଠ ବୋଲି କହୁଛନ୍ତି । ‘ମିଶନ ଶକ୍ତି’ର ପ୍ରସଙ୍ଗ ଉଠାଇ ବିଧାୟିକା ପ୍ରଶ୍ନ କରିଥିଲେ ଯେ, ଏହି ଯୋଜନା ସତରେ ମହିଳା ସଶକ୍ତିକରଣର ଏକ ପ୍ଲାଟଫର୍ମ ଥିଲା ନା ନିଜ ରାଜନୈତିକ କ୍ଷମତା ବଜାୟ ରଖିବାର ଏକ ମାଧ୍ୟମ ଥିଲା ବୋଲି କହି ବର୍ଷିଥିଲେ ।

ସେ ଆହୁରି କହିଛନ୍ତି, ନାରୀମାନଙ୍କୁ କେବଳ ପଞ୍ଚାୟତ ସ୍ତରରେ ସୀମିତ କରି ରଖିଲେ, ଆଗକୁ ବଢିବାକୁ ନଦେଲେ, ବାସ୍ତବରେ ନାରୀ ସଶକ୍ତିକରଣର ଉଦ୍ଦେଶ୍ୟ ପୁରାଣ ହେବନି । ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବିଧାନସଭା ଓ ସଂସଦକୁ ନିର୍ବାଚିତ କରାଯାଉ । ଏହା ମଧ୍ୟ କହିଛନ୍ତି ଯେ, ଆମ ଇତିହାସ କେବଳ ପୁରୁଷମାନଙ୍କ ପରାକ୍ରମର ଗାଥା ନୁହେଁ, ତାହା ବୈଦିକ ଯୁଗର ଗାର୍ଗୀ ମୈତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଗୌରବ ରାଣୀ ତ୍ରିଭୁବନ ମହାଦେବୀଙ୍କ ଶାସନ ଦକ୍ଷତାର ପରିଚୟ । ବିଧାନସଭାରେ ବାରମ୍ବାର ରମା ଦେବୀ, ମାଳତୀ ଚୌଧୁରୀଙ୍କ କଥା କୁହାଯାଇଛି, ତାଙ୍କ ସାହସ ଓ ବଳିଦାନକୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ସାରା ବିଶ୍ୱ ଦେଖୁଛି ।

ଶ୍ରୀମତୀ ମହାପାତ୍ର କହିଛନ୍ତି, ଏହି ଗୃହରେ ବିରୋଧୀ ଦଳ ନେତା ନିଜ କଷ୍ଟ ବିଷୟରେ କହିଲେ । ଆମେ ସେଥିପ୍ରତି ଆମର ସହାନୁଭୂତି ମଧ୍ୟ ପ୍ରକାଶ କରୁଛୁ । ହେଲେ ମନକୁ ଗୋଟେ ପ୍ରଶ୍ନ ଆସୁଛି, ଦାନ ମାଝୀ ସମୟରେ ଏହି କଷ୍ଟ କେଉଁଠି ଥିଲା, ଏହି କଷ୍ଟ ସେତେବେଳେ କେଉଁଠି ଥିଲା ଯେତେବେଳେ ମାଟି ତଳୁ ମମିତା ମେହେରଙ୍କ ଖଣ୍ଡ ଖଣ୍ଡ କଙ୍କାଳ ବାହାରିଥିଲା, ଯେତେବେଳେ ପରୀର ଖଣ୍ଡ ବିଖଣ୍ଡିତ ହାଡ଼ ଘର ବାହାରେ ଟାଙ୍ଗି ଦିଆଯାଇଥିଲା, ମାଧବୀ ଲତାର ମୃତଦେହ ଗାଏବ ହୋଇଯାଇଥିଲା, ସେତେବେଳେ କେଉଁଠି ଥିଲା ଏ କଷ୍ଟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking