ଭୁବନେଶ୍ୱର: ଆଜି ଶେଷ ହେଉଛି ସୁଭଦ୍ରା ନୂତନ ପଞ୍ଜିକରଣ ତାରିଖ। ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏବେ ଶେଷ ହେଉଛି। ଯେଉଁମାନେ କୌଣସି କାରଣରୁ ଆବେଦନ କରି ନାହାନ୍ତି, ସେମାନେ ଆଜି ଆବେଦନ କରିପାରିବେ। ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ୟ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ। ସାଧାରଣ ସେବା କେନ୍ଦ୍ର, ଆମ ସେବା କେନ୍ଦ୍ର,ରେ ନୂତନ ପଞ୍ଜିକରଣ କରାଯାଇ ପାରିବ।










