ସୁନ୍ଦରଗଡ଼ : ୭ ମାସ ପରେ ଉଦ୍ଧାର ହେଲ ବିକ୍ରି ଶିଶୁପୁତ୍ର। ସୁନ୍ଦରଗଡ଼ କୋଇଡ଼ାରେ ବିକ୍ରି ହୋଇଥିବା ଶିଶୁପୁତ୍ର ବରଗଡ଼ରୁ ଉଦ୍ଧାର। ଗତ ବର୍ଷ ଅଗଷ୍ଟ ମାସରେ ଜନ୍ମ ପରେ ଶିଶୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ନେଇ ହୋଇଥିଲା ଅଭିଯୋଗ। ଶିଶୁକୁ ବରଗଡ଼ ଶିଶୁ କଲ୍ୟାଣ କମିଟି ଶିଶୁ ଯତ୍ନ କେନ୍ଦ୍ରରେ ରଖି ସୁନ୍ଦରଗଡ଼ ଶିଶୁ କଲ୍ୟାଣ କମିଟିକୁ ଅବଗତ କରିଛିଜ୍ଝ ମଙ୍ଗଳବାର ସୁନ୍ଦରଗଡ଼ରୁ ଏକ ଟିମ୍ ବରଗଡ଼ ଯାଇ ଥାନାରେ ତେବେ ତଦନ୍ତ ଚାଲିଥିବାରୁ ସେ ସବିଶେଷ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି। କୋଇଡ଼ା ବ୍ଲକ୍ ପାଟମୁଣ୍ଡା ଅଞ୍ଚଳର ଜଣେ ମହିଳା ରାଉରକେଲା ସରକାରୀ ଡାକ୍ତରଖାନାରେ ୩୧.୮.୨୦୨୫ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ କିନ୍ତୁ ଜନ୍ମ ହେବାର ଦିନକ ପରେ ସେ ୫୦ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା ଜ୍ଝ ଛୁଆ ବିକ୍ରି ପରେ ସମ୍ପୃକ୍ତ ମହିଳା କେଉଁଆଡ଼େ ଚାଲି ଯାଇଥିଲେ ଜ୍ଝ ଖଣି କୁବେର କୋଇଡ଼ାରୁ ଛୁଆ ବିକ୍ରି ଖବର ‘କନକ ନିୟୁଜ ଓ ସମ୍ବାଦ’ରେ ପ୍ରକାଶ ପରେ ହଇଚଇ ଖେଳି ଯାଇଥିଲା। ସେତେବେଳେ ଶିଶୁ କଲ୍ୟାଣ କମିଟି ଓ କୋଇଡ଼ା ସିଡିପିଓଙ୍କ ତତ୍ତ୍ବାବଧାନରେ ଏକ ଦଳ ଗଠନ ହୋଇ ତଦନ୍ତ ଚାଲିଥିଲା । ୭ ମାସର ତଦନ୍ତ ପରେ ଶିଶୁକୁ ମା’ ପାଖରୁ ୫୦ ହଜାର ଟଙ୍କାରେ ନେଇ ଦଲାଲମାନେ ବରଗଡ଼ର ଏକ ନିଃସନ୍ତାନ ଦମ୍ପତିଙ୍କୁ ୧ ଲକ୍ଷ ୯୦ ହଜାର ଟଙ୍କାରେ ବିକି ଥିବା ଜଣାପଡ଼ିଥିଲା । ଏହା ପରେ ବରଗଡ଼ ଶିଶୁ କଲ୍ୟାଣ କମିଟି ସମ୍ପୃକ୍ତ ଦମ୍ପତିଙ୍କ ଘରେ ଚଢ଼ଉ କରି ଶିଶୁକୁ ଉଦ୍ଧାର କରି ‘ସା’ରେ ରଖି ତଦନ୍ତ ଚଳାଇଛି।










