29.1 C
Bhubaneswar
Tuesday, April 28, 2026
Homeଅପରାଧବୃଦ୍ଧଙ୍କ ଗଳା କାଟିଦେଲେ

ବୃଦ୍ଧଙ୍କ ଗଳା କାଟିଦେଲେ

ଜୟପୁର: ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ରଘୁନାଥ ଗୌଡ଼ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ରଘୁନାଥ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଘରକୁ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ବାପାଙ୍କୁ ଖୋଜିବାକୁ ଯାଇଥିଲା। ହେଲେ ବାପାଙ୍କୁ ନ ପାଇ ଗାଁ ନିକଟସ୍ଥ ଏକ କେନାଲରେ ରଘୁନାଥଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ରଘୁନାଥଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିଲା । ଏହାକୁ ନେଇ କିଛି ଗାଁ ଲୋକଙ୍କୁ ସନ୍ଦେହ କରି ରଘୁନାଥଙ୍କ ପୁଅ ଭଗବାନ ଗୌଡ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ସଦର ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking