34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା: ବର୍ତ୍ତିଲେ ୨୩୨ ଯାତ୍ରୀ

ଦିଲ୍ଲୀ ବିମାନବନ୍ଦରରେ ଦୁର୍ଘଟଣା: ବର୍ତ୍ତିଲେ ୨୩୨ ଯାତ୍ରୀ

ନୂଆଦିଲ୍ଲୀ:  ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏକ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ଜୁରିଚ୍ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ସ୍ୱିସ୍ ଏୟାରର ବିମାନ LX147, ଉଡ଼ାଣ ସମୟରେ ଇଞ୍ଜିନ ନମ୍ବର ୧ରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ବିମାନଟି ସେହି ସମୟରେ ପ୍ରାୟ ୧୦୪ ନଟ୍‌ରେ ଯାତ୍ରା କରୁଥିଲା।ପାଇଲଟ୍ ତୁରନ୍ତ ଉଡ଼ାଣ ବାତିଲ କରି ବିମାନକୁ ରନୱେରେ ଅଟକାଇ ଦେଇଥିଲେ। ବିମାନରେ ଥିବା ୨୩୨ ଜଣ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବାହାର କରାଯାଇଥିଲା।ଜରୁରୀକାଳୀନ ସ୍ଲାଇଡ୍ ଦେଇ ଓହ୍ଲାଣ ସମୟରେ ଛଅ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରନୱେ ୨୮ ବନ୍ଦ କରାଯାଇଛି ଏବଂ ସ୍ୱିସ୍ ଏୟାର ଯାତ୍ରୀମାନଙ୍କ ପାଇଁ ହୋଟେଲ ଏବଂ ଅନ୍ୟାନ୍ୟ ବିମାନ ବ୍ୟବସ୍ଥା କରିବା ପାଇଁ ଏକ ଟାସ୍କ ଫୋର୍ସ ନିୟୋଜିତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking