31.1 C
Bhubaneswar
Saturday, April 25, 2026
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ ନିଲମ୍ବନ

ଛାତ୍ରୀଙ୍କୁ ଅସଦାଚରଣ: ପ୍ରଧାନଶିକ୍ଷକ ନିଲମ୍ବନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ ଲଜ୍ଜା। ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମ ସ୍କୁଲର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ପୂର୍ବତନ ନବରଙ୍ଗପୁର ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ, ପୀଡ଼ିତା ଛାତ୍ରୀଙ୍କ ସହିତ ନବରଙ୍ଗପୁର ଥାନାରେ ପହଂଚି ଏତଲା ଦେଇଛନ୍ତି। ଗତ ୧୫ ତାରିଖ ରାତିରେ ସ୍କୁଲର ୫ ଜଣ ଛାତ୍ରୀ ଓଆରସ ପିଇବା ପାଇଁ ଯାଇଥିବା ବେଳେ ପ୍ରଧାନଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking