28.9 C
Bhubaneswar
Monday, April 20, 2026
Homeଦେଶ ବିଦେଶଝାଲମୁଢି ଖାଇଲେ ମୋଦୀ

ଝାଲମୁଢି ଖାଇଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଝାରଗ୍ରାମରେ “ଝାଲମୁଢି” ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “ଝାଲମୁଢି” ଖୁଆଇଥିବା ବ୍ୟକ୍ତି ଏବେ କିଛି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଝାଲମୁଢି ତିଆରି କରିଥିବା ବିକ୍ରମ ଶଙ୍କ ଠାରୁ ଝାଲମୁଢି ଖାଇଥିଲେ। ଏବଂ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ। ଏପରିକି ମୋଦୀ ବିକ୍ରମଙ୍କୁ ତାଙ୍କ ପରିବାର ଲୋକଙ୍କ ବିଷୟରେ ମଧ୍ୟ ପଚାରିଥିଲେ। ଏହି ଦୃଶ୍ୟ ଦେଖିଥିବା ସବୁ ଲୋକ ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହୋଇଥିଲେ। ସବୁକିଛି ଏତେ ସୁନ୍ଦର ଥିଲା ଯେ ତାଙ୍କ ଚାରିପାଖରେ ଥିବା ଲୋକମାନେ ତାଳି ମାରିବାକୁ ଲାଗିଥିଲେ। କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ଚାଲିଗଲେ। ବିକ୍ରମ ଅନୁଭବ କଲେ ଯେ ସେ ସବୁଠାରୁ ବଡ଼ ସୁଯୋଗ ହରାଇଛନ୍ତି। ଯାହା ଆଉ କେବେ ଆସିବ ନାହିଁ। ମୁଁ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ୍ ନେଇପାରିଲି ନାହିଁ । ବର୍ତ୍ତମାନ ଏହି ଅନୁତାପ ତାଙ୍କ ଜୀବନର ଏକ ଅଂଶ ହୋଇଗଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking