ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ସୁନା କିଣିଲେ ମିଳିଥାଏ ଶୁଭଫଳ । ସୁନା-ରୂପା କିମ୍ବା କୌଣସି ମୂଲ୍ୟବାନ ଧାତୁ କିଣିଲେ ଘରକୁ ସୁଖ, ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ଆଜିର ଦିନରେ ସୁନା, ରୂପା ଅଳଙ୍କାରର ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ତେବେ ଅକ୍ଷୟ ତୃତୀୟା ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଖୋଲି ଯାଇଛି । ଗହଣା ଦୋକାନ । ବ୍ୟବସାୟୀଙ୍କ ମଧ୍ୟରେ ଯେତିକି ଉତ୍ସାହ , ଗ୍ରାହକଙ୍କ ଭିତରେ ବି ସେତିକି ଆଗ୍ରହ ଦେଖିବାକୁ ମିଳିଛି । ଉଚ୍ଚ ଦର ଥିଲେ ବି ଉତ୍ସାହର ସହିତ କିଣାକିଣି କରୁଛନ୍ତି ଗ୍ରାହକ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଗହଣା ଗୋକାନରେ ଚାଲିଛି କିଣାକିଣି । ଓଡିଆ ପରମ୍ପରାର ପବିତ୍ର ଦିନରେ ସୁନାରୂପା ସହିତ ମୂଲ୍ୟବାନ ଧାତୁଟିଏ ଘରକୁ ଆଣିଲେ ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ କରାଯାଏ । ସେହି ବିଶ୍ୱାସ ଆଜି ଯାଏଁ ରହିଛି । ତେବେ ଏଥର ଅକ୍ଷୟ ତୃତୀୟାରେ ୨୦ ହଜାର କୋଟିର ବ୍ୟବସାୟ ହେବାର ଆଶା ରହିଛି ।










