ଭୁବନେଶ୍ୱର : ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା। ଆଜିକା ଦିନରେ ନାରୀ ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଛନ୍ତି। ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଅଧା ହେଉଛନ୍ତି ମହିଳା। ନାରୀ ଶକ୍ତି ନିଶ୍ଚିତ ଭାବରେ ଆଗାମୀ ଦିନରେ ଏହାର ଜବାବ ଦେବେ। ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଚାହୁଁନି କଂଗ୍ରେସ। କାରଣ ବିଲ୍ ପାସ୍ ହୋଇଥିଲେ ୨୭୨ ମହିଳା ସଂସଦକୁ ନିର୍ବାଚିତ ହୋଇଥାନ୍ତେ। ମାତୃଶକ୍ତିକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେଇ ସାରିଛନ୍ତି। ଯେଉଁମାନେ ଆଜି ଭାବୁଛନ୍ତି ଆମେ ଏହାକୁ ରୋକି ଦେଲୁ, ତାହା ଭୁଲ୍ । ମୋଦି ଯାହା ପଣ କରିଥାନ୍ତି, ତାହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିଥାନ୍ତି। ଆଗାମୀ ଦିନରେ କଂଗ୍ରେସ ଓ ଅନ୍ୟ ବିରୋଧୀ ନାରୀ ଆକ୍ରୋଶର ଶିକାର ହେବେ। ଗତ ୧୭ ତାରିଖ ଦେଶର ଗଣତନ୍ତ୍ରର ଇତିହାସରେ କଳା ଦିବସ ଥିଲା। କାରଣ ଏହି ଦିନ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇପାରିନଥିଲା। ଏହି ହାରକୁ କଂଗ୍ରେସ ହସି ହସି ଉତ୍ସବ ଭାବେ ପାଳନ କରିଛି। ଆଗାମୀ ଦିନରେ ଭାରତ ବର୍ଷର ନାରୀ ଶକ୍ତି ନିଶ୍ଚିତ ଭାବରେ ଭୋଟରେ ଜବାବ ଦେବେ। ଏନେଇ କଂଗ୍ରେସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।










