28.3 C
Bhubaneswar
Sunday, June 21, 2026
Homeଓଡିଶାଟ୍ରେନ୍‌ରୁ ୩୪ ସଂଖ୍ୟାଲଘୁ ଶିଶୁ ଉଦ୍ଧାର

ଟ୍ରେନ୍‌ରୁ ୩୪ ସଂଖ୍ୟାଲଘୁ ଶିଶୁ ଉଦ୍ଧାର

ବ୍ରହ୍ମପୁର: ଟ୍ରେନରେ ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ୩୪ ଜଣ ଶିଶୁଙ୍କୁ ବ୍ରହ୍ମପୁର ରେଳଷ୍ଟେସନ ଠାରେ ଉଦ୍ଧାର କରାଯାଇଛି। ରେଳ ସୁରକ୍ଷା ବଳ ଏବଂ ରେଲୱେ ଶିଶୁ ହେଲ୍ପ ଡେସ୍କର ମିଳିତ ସହଯୋଗରେ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଶିଶୁ ଅଧିକାଂଶ ଥିବା ଜଣାପଡିଛି। ଉଦ୍ଧାର ଶିଶୁଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ ହେବ। ଶନିବାର ସନ୍ଧ୍ୟା ୭ଟା ବେଳେ ହାୱାଡାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସରେ ପ୍ରାୟ ୫୦ ଜଣ ଶିଶୁ ଯାତ୍ରା କରୁଥିବା ରେଳ ସୁରକ୍ଷା ବଳକୁ ଖବର ମିଳିଥିଲା। ସେହିକ୍ରମରେ ସନ୍ଧ୍ୟାରେ ଟ୍ରେନଟି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫ ପକ୍ଷରୁ ଟ୍ରେନ ବଗି ଭିତରୁ ୩୪ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ା ଏତେ ସଂଖ୍ୟକ ଶିଶୁ ଏକାଠି କୁଆଡେ ଯାଉଥିଲେ ଓ ସେମାନଙ୍କୁ କିଏ କ’ଣ ପାଇଁ ନେଇଥିଲା ସେ ସମ୍ପର୍କରେ ଆରପିଏଫ ପକ୍ଷରୁ ତଦନ୍ତ କରାଯାଉଛି। ଶିଶୁଙ୍କୁ ସହ ଟ୍ରେନରେ ଯାତ୍ରା କରୁଥିବା ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking