27.4 C
Bhubaneswar
Wednesday, April 15, 2026
Homeଓଡିଶାରାଜ୍ୟରେ ୫ ଦିନ ଯାଏ ବର୍ଷା ନାହିଁ

ରାଜ୍ୟରେ ୫ ଦିନ ଯାଏ ବର୍ଷା ନାହିଁ

ଭୁବନେଶ୍ବର : ଆଗାମୀ ପାଞ୍ଚ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲାରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଗାମୀ କିଛି ଦିନ ଯାଏ ବର୍ଷା ସମ୍ଭାବନା କମ୍ ଥିବାବେଳେ ତାତି ବଢ଼ିବା ଆଶଙ୍କା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଯାଜପୁର, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାରେ ଅଧିକ ତାତି ଅନୁଭୂତ ହେବ। ୧୯ ତାରିଖ ଯାଏ ବିଭିନ୍ନ ଜିଲାରେ ଏପରି ସ୍ଥିତି ଲାଗି ରହିବ।ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁରେ ଆର୍ଦ୍ରତା ଅଧିକ ରହୁଥିବାବେଳେ ବର୍ଷା ସମ୍ଭାବନା କମିଛି। ପରିଣାମ ସ୍ବରୂପ ତାପମାତ୍ରାରେ ବୃଦ୍ଧି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking