27.4 C
Bhubaneswar
Tuesday, April 14, 2026
Homeଦେଶ ବିଦେଶପୁଣି ଆମେରିକା-ଇରାନ ଶାନ୍ତି ଆଲୋଚନା!

ପୁଣି ଆମେରିକା-ଇରାନ ଶାନ୍ତି ଆଲୋଚନା!

ଆମେରିକା: ଆମେରିକା-ଇରାନ ମଧ୍ୟରେ ଆଉ ଏକ ଶାନ୍ତି ଆଲୋଚନା ହେବ! ତେହେରାନକୁ ପରବର୍ତ୍ତୀ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ଭାନ୍ସ ଜୋର ଦେଇ କହିଛନ୍ତି, ଏକ ସମ୍ଭାବ୍ୟ ଚୁକ୍ତି ପାଇଁ ଇରାନ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଇରାନ ହାତରେ ସବୁକିଛି ରହିଛି।ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଅନିଶ୍ଚିତ ଆଲୋଚନା ପରେ, ଡୋନାଲ୍ଡ ଟ୍ରମ୍ପ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରମ୍ପ କଡ଼ା ବିବୃତି ଜାରି କରୁଥିବା ବେଳେ, ଆମେରିକା ଇରାନ ସହିତ ପୁଣି ଆଲୋଚନା କରିବା ପାଇଁ ପ୍ରୟାସ କରୁଛି। ଟ୍ରମ୍ପଙ୍କ ଅଧିକାରୀମାନେ ଇରାନ ଅଧିକାରୀଙ୍କ ସହିତ ଦ୍ୱିତୀୟ ମୁହାଁମୁହିଁ ବୈଠକର ସମ୍ଭାବନା ଏବଂ ବିବରଣୀ ଉପରେ ଆଭ୍ୟନ୍ତରୀଣ ଆଲୋଚନା କରୁଛନ୍ତି। ବୈଠକ ଏପ୍ରିଲ ୨୧ ଅସ୍ତ୍ରବିରତି ଶେଷ ହେବା ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ଜେନେଭା ଏବଂ ଇସଲାମାବାଦ ପରବର୍ତ୍ତୀ ଆଲୋଚନା ପାଇଁ ସମ୍ଭାବ୍ୟ ସ୍ଥାନ ହୋଇପାରେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking