ଗଞ୍ଜାମ: ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର । ଗଞ୍ଜାମ ସୋରଡା ପୋଡାଖାରି ନିକଟରେ ଦୁର୍ଘଟଣା ଘଟିଛି । ଦଣ୍ଡନାଚ ଦେଖି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଦଣ୍ଡନାଚ ଦେଖି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ମାନେ ଗୋବିନ୍ଦପୁର ଗାଁର ଗୁରୁଦେବ ପ୍ରଧାନ, ଚାଞ୍ଚାରାପଲ୍ଲୀ ଗାଁର ବଳିଆ ମଲ୍ଲିକ । ଗୁରୁତର ସୋରଡାର ଗାୟତ୍ରୀ ମଲ୍ଲିକ ବହଗାପଲ୍ଲିର ପିଣ୍ଟୁ ମଲ୍ଲିକ, ଲାଠିପଡାର ଜିତୁ ସେଠୀ । ଖବର ପାଇବା ପରେ ସୋରଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୋରଡା ପୋଲିସ ମୃତଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।










