ନୂଆଦିଲ୍ଲୀ : ପ୍ରେମିକ ଆଗ, ସ୍ୱାମୀ ପଛ । ସ୍ୱାମୀଙ୍କୁ ମାରିବାକୁ ସ୍ତ୍ରୀ ରଚିଥିଲା ସାଙ୍ଘାତିକ ଷଡ଼ଯନ୍ତ୍ର । ସ୍ୱାମୀଙ୍କୁ ହତ୍ୟା କରିବା ପରେ ଏମିତି ଅଭିନୟ କରିଥିଲେ କି, କେହି ମଧ୍ୟ ବୁଝି ସନ୍ଦେହ କରିନଥିଲେ । ମାତ୍ର ପୁଲିସ ଘଟଣାକୁ ଗୁରୁତର ନେଇଥିବାବେଳେ ସତ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର । ମୃତକ ଜଣକ ହେଲେ ଦେବକୃଷ୍ଣ । ମିଳିଥିବା ଖବର ଅନୁସାରେ, ଦେବକୃଷ୍ଣଙ୍କ ପତ୍ନୀ ପ୍ରିୟଙ୍କା ନିଜ ପ୍ରେମିକ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ଘରେ ଡକାୟତି ପାଇଁ ପଶିଥିଲେ ଦୃର୍ବୁତ୍ତ । ପ୍ରିୟଙ୍କାଙ୍କୁ ବାନ୍ଧିଦେଲେ ଘରେ କଳାକନା ବୁଲାଇଲେ । ଦେବକୃଷ୍ଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହେଲେ । କାନ୍ଦି କାନ୍ଦି ପରିବାର ଲୋକଙ୍କ ଆଗରେ ଘଟଣା କହିଥିଲେ ପ୍ରିୟଙ୍କା । ମାତ୍ର ସେ ନିଜେ ହିଁ ଏହି ଡ଼େଯନ୍ତ୍ର ରଚିଥିଲେ । ପୁଲିସ ଯେତେବେଳେ ଘରେ ପହଞ୍ଚିଥିଲା ଆଉ ତଦନ୍ତ ଆରମ୍ଭ କରିଥିଲା ପ୍ରିୟଙ୍କା କଥାକୁ ସନ୍ଦେହର ସହ ନେଇଥିଲା । ଯେତେବେଳେ ପୁଲିସ ମୋବାଇଲ ଯାଞ୍ଚ କରିବା ଏବଂ ଏହା ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିବା ପାଇଁ ଯୋଜନା ବୋଲି କହିଥିଲା ଧିରେ ଧିରେ ପ୍ରିୟଙ୍କା ସ୍ୱର ବଦଳିଥିଲା । ସବୁ ସତ ମାନିଥିଲେ ।
ପ୍ରିୟଙ୍କା ତାଙ୍କ ଗାଁର କମଲେଶଙ୍କୁ ପ୍ରେମ କରୁଥିଲେ । ଯେଉଁ କାରଣରୁ ପରିବାରରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା । ଏପରିକି ଅନେକ ସମୟରେ ବାପଘରକୁ ଯାଇ କମଲେଶଙ୍କ ସହ ସମ୍ପର୍କ ରଖୁଥିଲେ ପ୍ରିୟଙ୍କା । ଦେବକୃଷ୍ଣ ଏବଂ ପ୍ରିୟଙ୍କାଙ୍କ ବାଲ୍ୟ ବିବାହ ହୋଇଥିଲା । ଉଭୟ ଅଲଗା ରହୁଥିଲେ । ପ୍ରାପ୍ତ ବୟସ ହେବା ପରେ ସେମାନେ ଏକାଠି ରହିଥିଲେ । ମାତ୍ର ପରେ କମଲେଶଙ୍କ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା । ଯେଉଁ କାରଣରୁ ସେମାନେ ଦେବକୃଷ୍ଣଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । କମଲେଶ ସୁରେନ୍ଦ୍ରଙ୍କୁ ଲକ୍ଷେ ଟଙ୍କାର ସୁପାରୀ ଦେଇଥିଲେ । ଦେବକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସେମାନେ ଯୋଜନା ଆରମ୍ଭ କରିଥିଲେ । ଦେବକୃଷ୍ଣ ରାତିରେ ଶୋଇଥିବାବେଳେ ଅଚାନକ ଯାଇ ଆକ୍ରମଣ କରିଥିଲେ । ଆଉ ପ୍ରିୟଙ୍କାଙ୍କୁ ବାନ୍ଧି ଦେଇଥିଲେ । ପୁଲିସ ୩୬ ଘଣ୍ଟା ମଧ୍ୟରେ ଘଟଣାର ଫର୍ଦ୍ଦାଫାଶ କରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ ଖବର ହେଉଛି କି, ଦେବକୃଷ୍ଣଙ୍କ ଘରୁ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ତାଙ୍କ ବାପଘରୁ ଉଦ୍ଧାର ହୋଇଛି। ଯେଉଁଥିରୁ ଜଣାପଡ଼ିଛି ତାଙ୍କ ବାପଘର ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି । ସମସ୍ତେ ଏବେ ଜେଲରେ ଥିବାବେଳେ ସୁପାରୀ ନେଇ ହତ୍ୟା କରିଥିବା ସୁରେନ୍ଦ୍ର ଏବେ ଫେରାର ଅଛି ।










